News
WhatsApp Image 2023-10-04 at 17.25.00
samparksetu

ମୋବାଇଲ ଗେମ୍ ଖେଳି ଜୀବନ ହାରିଲେ ଯୁବକ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଆରଖପାଳ ପଞ୍ଚାୟତ ବେଢାପାଳ ଗ୍ରାମରେ ଜଣେ ଯୁବକ ମୋବାଇଲ ଗେମ୍ ରେ ୨୦ହଜାର ଟଙ୍କା ହାରିଯିବା ପରେ ପରିବାର ନିକଟରେ ମିଛୁଆ ହେବା ଭୟ ରେ ଆତ୍ମହତ୍ୟା କରିଥିବା ଜଣାଯାଇଛି।

ବେଢାପାଳ ଗ୍ରାମର ସୁଶାନ୍ତ ମହାରଣା ଙ୍କ ପୁଅ ସତ୍ୟବ୍ରତ ମହାରଣା(୧୯) ଗାଁ ନିକଟସ୍ଥ ଏକ କଲେଜ୍ ର ଶେଷ ବର୍ଷର ଛାତ୍ର। କୌଣସି କାର୍ଯ୍ୟ ରେ ବାପା ଙ୍କ ଠାରୁ ୨୦ହଜାର ଟଙ୍କା ନେଇଥିଲେ ବ୍ୟାଙ୍କ୍ ରେ ଡିପୋଜିଟ କରିବା ନିମନ୍ତେ । କିନ୍ତୁ ଏହି ଟଙ୍କା ବ୍ୟାଙ୍କରେ ଡିପୋଜିଟ ନକରି ମୋବାଇଲରେ ଗେମ୍ ଖେଳି ୨୦ହଜାର ଟଙ୍କା ହାରିଯିବା ରୁ ବାପା ଙ୍କୁ କଣ ଉତର ଦେବେ ସେ ଆଶଙ୍କା ରେ ଥିଲେ। ବୁଧବାର ଠାରୁ ନିଖୋଜ ଥିଲେ । ପରେ ଗାଁ ନିକଟସ୍ଥ ଭାଲୁଖିଆ ଜଙ୍ଗଲରେ ଗୁରୁବାର ସକାଳେ ମୃତ ଅବସ୍ଥାରେ ପଡ଼ିଥିବା ପରିବାର ବର୍ଗ ଜାଣି ଜିରାଳ ଡାକ୍ତରଖାନା କୁ ନେଇଥିଲେ । ସେଠାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା କୁ ନିଆଯାଇଥିଲା । ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର । ପୋଲିସ ଶବ ବ୍ୟବଚ୍ଛେଦ କରିଥିବା ବେଳେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଥିଲା । ପରିବାର ଲୋକ ଶବ ବ୍ୟବଚ୍ଛେଦ ପରେ ଗାଁ ଶ୍ମଶାନ ରେ ଦାହ କରିଛନ୍ତି ।

new life
You might also like
error: Content is protected !!