News
WhatsApp Image 2023-10-04 at 17.25.00
samparksetu

ବଳଦ ଯାତ୍ରା ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ବୈଠକ

ମଣିଷ ପଶୁ ମଧ୍ୟରେ ଏକ ନିଆରା ପରମ୍ଫରା ସୃଷ୍ଟି କରି ଐତିହକୁ ନୂତନ ଦିଗଦର୍ଶନ ଦେଖାଏ ଭୁବନ ପ୍ରସିଦ୍ଧ ବଳଦ ଯାତ୍ରା । ତେବେ ଏନେଇ ଏନଏସି ସଦଭାବନା ହଲ ରେ ଢେଙ୍କାନାଳ ଏସ. ପି ଜ୍ଞାନରଞ୍ଜନ ମହାପାତ୍ର ଉପସ୍ଥିତ ରହି ବଳଦ କମିଟି ସଦସ୍ୟ , ନଗର ପ୍ରଶାସନ, ଶାନ୍ତି କମିଟି ସଦସ୍ୟ, ଦୁର୍ଗା ପୂଜା ପ୍ରତିଷ୍ଠାନର ମୁଖ୍ୟ କର୍ମକର୍ତ୍ତାଙ୍କ ଠାରୁ ସମସ୍ତ ବିଷୟ ପଚାରି ବୁଝିଥିଲେ । ଯାତ୍ରା କୁ ସରସ ସୁନ୍ଦର କରିବା ପାଇଁ ପ୍ରସ୍ତୁତ ହୋଇଛି ପ୍ରିଣ୍ଟ ।

ଉପଜିଲ୍ଲାପାଳ ନାରାୟଣ ନାୟକ, ନଗରପାଳ ଶୁଭେନ୍ଦୁ ଦାସ, ବଳଦ କମିଟି ସଭାପତି ଦିଲ୍ଲୀପ ଦାସ ଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ । ପ୍ରାଣୀ ବିଭାଗ ସର୍ଭେ ଅନୁଯାୟୀ ୨୦୧୧ ମସିହାରେ ଭୁବନ ଗ୍ରାମରେ ପ୍ରାୟ ୩୦୦୦ ବଳଦ ଥିଲେ । ସେଥିମଧ୍ୟରୁ ବଛା ବଛା ବଳଦଙ୍କୁ ଦଶହରା ବଳଦ କରାଯାଉ ଥିଲା | ଏବେ ମାତ୍ର ବାର ଜଣ ଚାଷୀଙ୍କର ରହିଛି ୨୬ ଟି ବଳଦ | ସେହି ବଳଦ ଗୁଡିକ ମଧ୍ୟରୁ ୧୩ଟି ବଳଦ ଚଳିତ ବର୍ଷ ଯାତ୍ରାରେ ସାମିଲ ହେଉଛନ୍ତି | ଆଉ ଅବଶିଷ୍ଟ ଯାତ୍ରା ଅନୁଷ୍ଠାନ ପକ୍ଷରୁ ନିକଟସ୍ଥ ଗ୍ରାମ କାନଖାଇ, ଭୂଷଳ , ଏକତାଳି , ରୋଡଙ୍ଗ, କୁନିନ୍ଦା, ମହୁଲପାଳ, ନୀଳକଣ୍ଠପୁର, ଯାଜପୁର ଜିଲ୍ଲାର ହରିପୁର କାନ୍ତିରାରୁ ବଳଦ ମାଲିକ ଙ୍କୁ ସମ୍ମାନ ଜଣାଇ ଅଣାଯାଇଛି ।

new life
You might also like
error: Content is protected !!