ପାଣି ନପାଇଲେ ଭୋଟ ନାହିଁ ବୋଲି ଚରମବାଣି ଶୁଣାଇଛନ୍ତି ଭୁବନ ଲତାବିଲବାସିନ୍ଦା । ଏନେଇ ବାରମ୍ବାର ବିଡିଓଙ୍କୁ ଦରଖାସ୍ତ ଦେଇଛନ୍ତି ,ଅନେକ ଥର ମନ୍ତ୍ରୀଙ୍କୁ ଭେଟିଛନ୍ତି । ହେଲେ କେହି ଶୁଣିନାହାନ୍ତି ଲତାବିଲ ବାସିଙ୍କ ଦୁଃଖ ।
ଶେଷରେ ଚରମବାଣୀ ଶୁଣାଇଛନ୍ତି ଭୋଟର । ଏଭଳି ଘଟଣା ଘଟିଛି ଭୁବନ ବ୍ଲକ ବାଲିବୋ ପଚାଂୟତ ଗଡଗଁପୁର ରାଜସ୍ୱ ମୈାଜାର ଲତାବିଲ ଅଚଂଳରେ । ଏହି ଅଚଂଳଟି ଭୁବନ ବିଜ୍ଞାପିତ ଅଚଂଳର ପରିସରର ଏକ ସଂପ୍ରସାରିତ ସାହି । ଯାହାକି ବାଲିବୋ ପଚାଂୟତର ଅଂଶ ବିଶେଷ । ଏହି ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବରୁ ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ବାସିନ୍ଦା ଥିଲେ ।
ଫଳରେ ସହର ସହିତ ମାନସିକ ଓ ଶାରିରିକ ସଂର୍ପକ ରହିଛି । କିନ୍ତୁ ଏହି ବାସିନ୍ଦା ମାନେ ନା ପାଣି ପାଇଲେ ସହରରୁ ନା ପାଣି ପାଇଲେ ବାଲିବୋ ପଚାଂୟତର ଗ୍ରାମଚଂଳ ଯୋଜନାରୁ । ଫଳରେ ମହିଳାମାନେ ବିଡିଓ ଆଶ୍ରୀବାଦ ପରିଡା ଶୁଣାଇଛନ୍ତି ଚରମବାଣି । ପାଣି ନପାଇଲେ ଭୋଟ ଦେବୁ ନାହିଁ ବୋଲି ମିନାରାଣି ବେହେରା ଙ୍କ ନେତୃତ୍ୱରେ ବହୁ ମହିଳା ଲିଖିତ ଅଭିଯୋଗ କରିଥିଲେ ।