News
WhatsApp Image 2023-10-04 at 17.25.00
samparksetu

ବିଦ୍ୟୁତ୍ ଆଘାତରେ ଜଳିଗଲେ ବ୍ୟକ୍ତି

ଆଜି ଅପରାହ୍ନରେ ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି । ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ଅନ୍ତର୍ଗତ ଗମରଗୋଡା ମୌଜା ନିକଟରେ ଥିବା ହିନ୍ଦୁସ୍ଥାନ ପେଟ୍ରୋଲ ପମ୍ପ ନିକଟରେ ଯାଇଥିବା ୧୩୨ କେଭି ବିଦ୍ୟୁତ୍ ଟାୱାର ସଂସ୍ପର୍ଶରେ ଆସି ଏକ ଅଜଣା ବ୍ୟକ୍ତି ପୋଡ଼ିଯାଇଥିବା ଦେଖିବାକୁ ମିଳିଛି ।

ସ୍ଥାନୀୟ ବିଲରେ କାମ କରୁଥିବା କିଛି ଲୋକଙ୍କ ସୂଚନାରୁ ଜଣା ଯାଏ କି, ବ୍ୟକ୍ତି ଜଣକ ସିଧାସଳଖ ଟାୱାର ଉପରକୁ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଯାଇ ତଳେ ପଡିଯାଇଥିଲେ । ଲୋକଙ୍କ ଠାରୁ ଖବର ପାଇ ଭୁବନ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିବା ସହିତ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭର୍ତି କରାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରୁଥିବା ଜଣାପଡ଼ିଛି ।

new life
You might also like
error: Content is protected !!