ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୧୯୮୭ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ପ୍ରସିଦ୍ଧ ଶୈବପୀଠ ବାବା ବୁଦ୍ଧେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁଷ୍ପିତା ସିଂ ସାମନ୍ତ ଙ୍କ ଆବାହକତ୍ୱ , ମମତା ଦାଶ ଙ୍କ ଆୟୋଜନ ଓ ପୁଷ୍ପଲତା ସାହୁ ଙ୍କ ସହଯୋଗ କ୍ରମେ ୨୦ ରୁ ଉର୍ଦ୍ଧ୍ୱ ବ୍ୟାଚମେଣ୍ଟ ଯୋଗଦେଇ ପ୍ରଥମେ ବାବା ବୁଦ୍ଧେଶ୍ୱରଙ୍କ ଦର୍ଶନ କରିଥିଲେ ଓ ପରେ ପରସ୍ପର ମଧ୍ୟରେ ଭାବ ବିନିମୟ କରିଥିଲେ ।
ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ କୁନି ପୋଥାଳ (ତରୁଲତା ସାହୁ) , ଲିଳାବତୀ ବିହାରୀ , ମିନା ଅଗ୍ରୱାଲା , ସସ୍ମିତା ଭଗତ , ମିନର୍ଭା ମିଶ୍ର , ଏଲିନା ଗୁରୁ , ବେବି ସାମଲ, ସୁଷମା ବାରିକ,ସଂଜୁ ସାହୁ, ମାନି ,ସଲିଳା, ହିରଣ୍ୟ , ସଲିଳା , ସୁମିତ୍ରା , ମିଟିକା , ସୀତା , କଳାଶ୍ରୀ ପ୍ରମୁଖ ଯୋଗଦେଇଥିଲେ ।
ଆସନ୍ତା ବର୍ଷ ସପରିବାର ବନ୍ଧୁ ମିଳନର ଆୟୋଜନ କରିବାକୁ ନିଷ୍ପତି ହୋଇଥିଲା । ଶେଷରେ ସାମୁହିକ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ୩୫ ବର୍ଷ ପରେ ଏଭଳି ବନ୍ଧୁ ମିଳନର ଆୟୋଜନ କରିଥିବା ପୁଷ୍ପିତା ସିଂ ସାମନ୍ତ,ମମତା ଦାଶ ଓ ପୁଷ୍ପଲତା ସାହୁ ଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।