News
WhatsApp Image 2023-10-04 at 17.25.00
samparksetu

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ !

ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୂଷଳ ପଞ୍ଚାୟତ ଅନ୍ତର୍ଗତ ଅଶୁରବନ୍ଧ ଗ୍ରାମରେ ଗତ ବିଳମ୍ବିତ ରାତିରେ ମାଣବସା ଗୁରୁବାରରେ ମା ଲକ୍ଷ୍ମୀଙ୍କ ଭୋଗ ଲାଗି ପାଇଁ ରଖାଯାଇଥିବା ଛେନାକୁ ଖାଇବା ପରେ ଘରର ଆଲମାରୀ ଖୋଲି ପ୍ରାୟ ଅଢେ଼ଇ ଲକ୍ଷ ଟଙ୍କାର ସୁନାଗହଣା ଏବଂ ମହିଳା ଗ୍ରୁପ ଆଣିଥିବା ଲୋନ୍ ଟଙ୍କା ଶୁଝିବା ପାଇଁ ରଖିଥିବା ୧୫ ହଜାର ଟଙ୍କା ନେଇଗଲେ ଦୁର୍ବୃତ୍ତ ।

ସେହିଭଳି ଗ୍ରାମର ଆନ୍ୟ ଗୋଟିଏ ପରିବାରରୁ ଝିଅ ବାହାଘର ପାଇଁ ରଖିଥିବା ଦୁଇବସ୍ତା ପିତଳ କଂସା ବାସନ ମଧ୍ୟ ନେଇ ଯାଇଥିବା ଜଣାପଡିଛି ।ସୂଚନା ଅନୁଯାୟୀ , ଅସୁରବନ୍ଧ ଗ୍ରାମର ରଞ୍ଜନ ଦାସ ଘର ବାହାର ପଟରୁ କବାଟ ବନ୍ଦ କରି ଗ୍ରାମରେ ଏକ ଭୋଜି ଖାଇବାକୁ ଯାଇଥିଲେ ।ଘରେ ମାଣବସା ଗୁରୁବାର ପାଇଁ ଝୋଟିଚିତା ପାକାଇ ସୋଇ ଯାଇଥିଲେ ତାଙ୍କ ସ୍ତ୍ରୀ ମମତା ଦାସ ଏବଂ ପରିବାର ସଦସ୍ୟ ।ଏହାର ଫାଇଦା ନେଇ କିଛି ଦୁର୍ବୃତ୍ତ ଘରର ବାହାର ପଟ କବାଟ ବନ୍ଦ ଥିବାରୁ କବାଟକୁ ଅତି ସହଜରେ ଖୋଲି ଠାକୁର ଘରେ ଠାକୁରଙ୍କ ପୂଜା ପାଇଁ ରଖାଯାଇଥିବା ଛେନାକୁ ଖାଇବା ପରେ ଆଲମାରୀ ଉପରୁ ଆଲମାରୀ ଚାବି ଆଣି ଆଲମାରୀ ଖୋଲି ସୁନା ରଖାଯାଇଥିବା ବକ୍ସ ଏବଂ ଗୋଟିଏ ଆଟାଜ୍ କୁ ନେଇଯାଇଥିଲେ । ଏବଂ ପାଖରେ ଥିବା ଏକ ବଣ ଭିତରେ ଆଟାଜ୍ ଏବଂ ସୁନା ବକ୍ସକୁ ଫିଙ୍ଗିଦେଇ ପ୍ରାୟ ଅଢେଇ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଗହଣା ସହିତ ବ୍ୟାଙ୍କରେ ଶୁଝିବା ପାଇଁ ରଖାଯାଇଥିବା ପନ୍ଦର ହଜାର ଟଙ୍କାକୁ ମଧ୍ୟ ନେଇ ଯାଇଥିଲେ ।

ଭୋଜିଖାଇ ରାତି ରେ ଫେରିବାପରେ ରଞ୍ଜନ ଦାସ ବିଳମ୍ବିତ ରାତିରେ ଘର କବାଟ ଖୋଲା ଥିବାର ଦେଖି ପରିବାର ସଦସ୍ୟଙ୍କୁ ଡାକିବାରୁ ଘରେ ଦୁର୍ବୃତ୍ତ କଳାକନା ବୁଲାଇଥିବା ଦେଖିବାକୁ ପାଇଥିଲେ ।ସେହି ଭଳି ଗ୍ରାମର ଗୀତାଞ୍ଜଳି ସେଠୀ ନିଜ ଝିଅ ବାହାଘର ପାଇଁ ସଂଚିଥିବା ପିତଳ କଂସା ବାସନ ଦୁଇ ବସ୍ତା ମଧ୍ୟ ନେଇ ଯାଇଛନ୍ତି ଦୁର୍ବୃତ୍ତ । ତେବେ ଶେଷ ଖବର ସୁଦ୍ଧା ଭୁବନ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଛାନ୍ ଭିନ୍ ଆରମ୍ଭ କରିବା ସହିତ ଅନୁଗୁଳ ସାଇଣ୍ଟିଫିକ ଟିମ ଆସି ସନ୍ଧାନୀ କୁକୁର ସହାୟତା ରେ ଚଣ୍ଡୀପାଲ ଓ କିଙ୍ଗୋଲ୍ ଗ୍ରାମ ବୁଲି ବୁଲି କୁକୁର ପହଞ୍ଚିଥିଲା ମମତା ଙ୍କ ଘରେ । ତେବେ ଅଧିକ ତଦନ୍ତ ପାଇଁ ପୋଲିସ ଓ ସାଇଣ୍ଟିଫିକ ଦଳ ପକ୍ଷ ରୁ ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!