News
WhatsApp Image 2023-10-04 at 17.25.00
samparksetu

ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଭୁବନରେ ଜନଶୁଣାଣୀ ଶିବିର; ହଟହଟା ହେଲେ ଦିବ୍ୟାଙ୍ଗ

ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ରେ ଆଜି ଅନୁଷ୍ଠିତ ହୋଯାଇଛି ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର। ଢେଙ୍କାନାଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଏହି ଶିବିରରେ ଅଧ୍ୟକ୍ଷତା କରିଥିଲେ ।

ଖଦ୍ୟଯୋଗାଣ ଅଧିକାରୀ, ଶିଶୁମଙ୍ଗଳ ଅଧିକାରୀ ଏବଂ S D P O ସମେତ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀ ଏହି ଶିବିରରେ ଉପସ୍ଥିତ ରହି ସାଧାରଣ ଜନତାଙ୍କ ବିଭିନ୍ନ ଅଭିଯୋଗ ଗ୍ରହଣ କରିଥିଲେ ।

ଶିବିରକୁ ଭୁବନ ଅଞ୍ଚଳର ମୋଟ୍ ୧୮ ଟି ପଞ୍ଚାୟତରୁ ଅନେକ ଅଭିଯୋଗକାରି ଏହି ଶିବିରକୁ ଆସି ନିଜ ନିଜ ଅଭିଯୋଗ କରିଥିଲେ। ଶିବିରରେ ମୋଟ ୯୧ ଟି ଜନଶୁଣାଣୀ ହୋଇଥିବା ବେଳେ ରେଡକ୍ରସ ପାଣ୍ଠିରୁ ୨୬ ହଜାର ଟଙ୍କାର ସହାୟତା ମଧ୍ୟ କରାଯାଇଥିଲା ।

ତେବେ ଏଠାରେ ମୁଖ୍ୟ ବିଷୟ ଥିଲା ଦିବ୍ୟାଙ୍ଗ ଟେକା ହୋଇ ଶିବିରକୁ ଯିବା । ଶିବିର ଭୁବନ ବ୍ଲକ ର ଉପର ମହଲା ରେ ହେଉ ଥିବାରୁ ଦିବ୍ୟାଙ୍ଗ ମାନଙ୍କୁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେବାକୁ ପଡିଥିଲା

new life
You might also like
error: Content is protected !!