News
WhatsApp Image 2023-10-04 at 17.25.00
samparksetu

ଗେଲଇଣ୍ଡିଆ ଭାଙ୍ଗିଲା ଉଠl ଜଳସେଚନ ପଏଣ୍ଟ;୧୦୦ ଏକର ଜମିରେ ଫସଲ ବନ୍ଦ,ବିଲରେ କମ୍ପାନୀ ଜେସିବିକୁ ଛେକିଲେ ଚାଷୀ

ଗେଲ ଇଣ୍ଡିଆ ଗ୍ୟାସ ପାଇପଲାଇନ ଯୋଗୁଁ ଭାଙ୍ଗିଯାଇଛି ଉଠା ଜଳସେଚନ ପଏଣ୍ଟ। ଫଳରେ ତିନିବର୍ଷ ହେଲା ୧୦୦ ଏକର ଜମିରେ ଖରାଟିଆ ଚାଷରୁ ବଞ୍ଚିତ ହୋଇଛନ୍ତି ସ୍ଥାନୀୟ ଚାଷୀ। ଏହାକୁ ନେଇ ଚାଷୀମାନେ ପୂର୍ବରୁ ପ୍ରଶାସନର ଦ୍ବାରସ୍ଥ ହୋଇଥିବା ବେଳେ କିଛି ସୁଫଳ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟରତ ଥିବା ଗ୍ୟାସ ପାଇପଲାଇନର ଜେସିବି ଗାଡିକୁ ଅଟକାଇଛନ୍ତି।

ଏପରି ସମସ୍ୟା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ କିଙ୍ଗୋଳ ଗ୍ରାମରେ। ଏହି ଗ୍ରାମର ଉକ୍ତ ୧୦୦ ଏକରରୁ ଉର୍ଦ୍ଧ ଚାଷଜମିରେ ପୂର୍ବରୁ ଧାନ ବ୍ୟତିତ ବିରି,ମୁଗ,କୋଳଥ,ମକା,ଆଖୁ ଓ ସୂର୍ଯ୍ୟମୂଖୀ ଚାଷକରି ଚାଷୀମାନେ ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ ଗ୍ୟାସ ପାଇପ ଲାଇନ ଦ୍ବାରା ସିଦ୍ଧେଶ୍ବରୀ ପାଣି ପଞ୍ଚାୟତର ତିନୋଟି ପାଣି ପାଇପ ଲାଇନ ଭାଙ୍ଗି ଯିବାରୁ ଚାଷୀମାନେ ସମସ୍ୟାରେ ପଡିଛନ୍ତି। ଗ୍ୟାସ ପାଇପ ଲାଇନ ପକ୍ଷରୁ କାମ ସରିଲେ ଏହାକୁ ମରାମତି କରିଦେବାର ସୂଚନା ମିଳିଥିବା ବେଳେ ମନ୍ଥର ଗତିରେ ଚାଲୁଥିବା ଗ୍ୟାସଲାଇନ ନିର୍ମାଣ କାର୍ଯ୍ୟରେ ଚାଷୀକୂଳ ଅତିଷ୍ଠ ହୋଇ ପଡିଛନ୍ତି।

ଫଳରେ ତୁରନ୍ତ ସ୍ଥାୟୀ ସମାଧାନ ପାଇଁ ଆନ୍ଦୋଳନ ଭଳି ପନ୍ଥାକୁ ଆପଣେଇ ଥିବା ଦେଖିବାକୁ ମିଳିଛି। ଏନେଇ ସିଦ୍ଧେଶ୍ବରୀ ପାଣି ପଂଚାୟତ ର ଚାଷୀ ମାନେ ଉଠାଜଳସେଚନ ବିଭାଗ ର ସହକାରୀ ଯନ୍ତ୍ରୀ, ଭୁବନ ତହସିଲଦାର , ବିଡ଼ିଓ କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କୁ ୨୦୨୧ମସିହାରୁ ଲିଖିତ ଭାବରେ ଜଣାଇଥିଲେ। କିନ୍ତୁ କିଛି ସୁଫଳ ମିଳିନଥିଲା ।

ଫଳରେ ରବିବାର କୌଣସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଉପସ୍ଥିତ ନଥାଇ କାର୍ଯ୍ୟକରିବାକୁ ଆସିଥିବା ଜେସିବି ମେସିନି କାମ କରିବାକୁ ଚେଷ୍ଟା କରୁଥିବା ବେଳେ ଚାଷୀ ମାନେ ମେସିନି ଆଗରେ ବସି ରହିଥିଲେ । ସମସ୍ୟା ସମାଧାନ ନହେବା ଯାଏ ଜେସିବି କୁ କାମ କରିବାକୁ ଦେବେ ନାହିଁ ବୋଲି ଚାଷୀ ମାନେ କହିଥିଲେ ।.

ଦୀର୍ଘ ତିନିବର୍ଷ ହେଲା ଆମେ ଅପେକ୍ଷା କରିଥିଲୁ ଗେଲ ଇଣ୍ଡିଆ କାମ କରିଦେବ । କିନ୍ତୁ ଖରିଫ ଯାଇ ରବି ଋତୁ ଅତିକ୍ରମ ହେଲେ ବି ଉଠା ଜଳ ସେଚନରେ ପାଣି ମିଳିଲା ନାହିଁ । ତେଣୁ ବାଧ୍ୟ ହୋଇ କାମ ବନ୍ଦ କରିଛୁ ବୋଲି କହିଛନ୍ତି ମା ଶୀଧେଶ୍ୱର ପାଣି ପଞ୍ଚାୟତ ର ସଂପାଦକ ମଧୁ ସୁଦନ ପ୍ରଧାନ ।

୧୦୦ ଏକର ଜମିରେ ଚାଷ କରୁଥିଲୁ କିନ୍ତୁ ୩ ବର୍ଷ ହେଲା ପାଇପ ଭାଙ୍ଗିଛି । କଂପାନୀ ସଜାଡୁ ନାହିଁ,ଆମେ ଶହେ ଏକର ଜମି ରେ ଖରାଟିଆ ଚାଷ କରୁଥିଲୁ । ବ୍ରାହ୍ମଣୀ ର ପାଣି ଆଣି ଚାଷ କରି ଖରାଟିଆ ଚାଷ କରି ରବି ମଣ୍ଡି ଭୁବନ ବ୍ଲକ ରେ କରିଥିଲୁ । କିନ୍ତୁ ୩ ବର୍ଷ ହେଲା ଚାଷ ହେଉନି ବାଧ୍ୟ ହୋଇ ଦାଦନ ଖଟିବାକୁ ଯିବୁ ବୋଲି କହିଛନ୍ତି ଚାଷୀ ସନ୍ତୋଷ ପ୍ରଧାନ ।

new life
You might also like
error: Content is protected !!