News
WhatsApp Image 2023-10-04 at 17.25.00
samparksetu

ମୁଣ୍ଡ ବିହୀନ ମହିଳାଙ୍କ ଶବ ଠାବ

ଭୁବନ ଥାନା ଅନ୍ତର୍ଗତ ବାଲିବୋ ଅଞ୍ଚଳରେ ଗୋଟିଏ ମୁଣ୍ଡ ବିହୀନ ମହିଳାଙ୍କ ଶବ ପଡି ଥିବାର ଦେଖାଯାଇଛି । ଯାହାକୁ ନେଇ
ବିଭତ୍ସ ହତ୍ୟାର ସନ୍ଦେହ କରାଯାଇଛି । ବାଲିବୋ ପଞ୍ଚାୟତର ଅନନ୍ତପୁର ଠାରୁ ମହୁଲପାଳ ପର୍ଯ୍ୟନ୍ତ ଲମ୍ବିଥିବା ପୂର୍ତ୍ତ ବିଭାଗ ରାସ୍ତାର ବାଇପାସ ନିକଟରେ ମୁଣ୍ଡ ବିହନ ମହିଳା ଙ୍କ ଶବ ପଡ଼ିରହିଛି ।

ସ୍ଥାନୀୟ ଚାଷୀଙ୍କ ଠାରୁ ଖବର ପାଇ ବାଲିବୋ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ବେହେରା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରିରଖିଛି ବୋଲି କହିଛନ୍ତି ଥାନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ।

ସୂଚନା ଅନୁଯାୟୀ ,ମହିଳା ଙ୍କ ବୟସ( ୪୦)ହେବ ,ଛିଟ ଲୁଗା ପିନ୍ଧିଥିଲେ । ମହିଳା ଙ୍କ ର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇ ପଡିଛି । ଏହା ରାସ୍ତା କଡ଼ ନାଳ ନିକଟରେ ପଡିଥିବାରୁ ହତ୍ୟା ବୋଲି ସନ୍ଦେହ କରାଯାଉଛି । ଏନେଇ ପୋଲିସ ପକ୍ଷରୁ ରୁ ଅଜଣା ହଜିଯାଇଥିବା କୌଣସି ମହିଳାଙ୍କ ବିଷୟରେ ବିଭିନ୍ନ ସୋର୍ସ ରୁ ଖବର ସଂଗ୍ରହ ନିମନ୍ତେ ଚେଷ୍ଟା ଜାରିରହିଛି ।

new life
You might also like
error: Content is protected !!