News
WhatsApp Image 2023-10-04 at 17.25.00
samparksetu

ମନରେଗା କାମ ମେସିନ୍ କରୁଥିବା ଅଭିଯୋଗ ଆଣିଲେ ଜବ କାର୍ଡ ଧାରୀ

କେନ୍ଦ୍ର ସରକାର ଗ୍ରାମାଞ୍ଚଳ ଶ୍ରମିକମାନଙ୍କୁ ଶହେ ଦିନର କାମ ଦେବା ପାଇଁ ମନରେଗା ଯୋଜନା ରେ ଜବକାର୍ଡ ଧାରୀ ଙ୍କୁ କାମ ଯୋଗଦେଇଛନ୍ତି । ଯାହା ଦ୍ବାରା କି ଗରୀବ ପରିବାରର ଲୋକେ ଦାଦନ ଖଟିବାକୁ ନଯାଇ ନିଜ ଘର ପାଖରେ କାମ କରି ପରିବାର ପ୍ରତିପୋଷଣ ହୋଇ ପାରୁଛନ୍ତି ।

କିଛି କିଛି ଜାଗାରେ ଠିକାଦାର ଜବ କାର୍ଡ ଧାରୀ ଙ୍କୁ କାମ ରେ ନ ଲଗାଇ ମେସିନ୍ କରୁଥିବା ଅଭିଯୋଗ ହୋଇଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ କହ୍ନେଇପାଳ ଗ୍ରାମରେ । ଏହି ଗ୍ରାମରେ ଶତାଧିକ ଜବ କାର୍ଡଧାରୀ ଥିବାବେଳେ ମନରେଗା କାମରେ ସେମାନଙ୍କୁ ସାମିଲ କରୁନଥିବା ଅଭିଯୋଗ ହେଉଛି । ଗ୍ରାମ ନିକଟରେ ମନରେଗା ଯୋଜନାରେ ଏକ ରାସ୍ତା ମରାମତି ହେଉଥିବା ବେଳେ ସେହି କାମକୁ ମେସିନ ସାହାଯ୍ୟରେ ଖୋଦ ସ୍ତାନୀୟ ଜନ ପ୍ରତିନିଧି କରୁଥିବା ଜବ କାର୍ଡଧାରୀମାନେ ଅଭିଯୋଗ କରିଛନ୍ତି । ଦିନରେ ନକରି ରାତିରେ ମେସିନ୍ ସାହାଯ୍ୟରେ କାର୍ଯ୍ୟ କରାଯାଉଥିବା ଜଣାପଡିଛି ।

new life
You might also like
error: Content is protected !!