News
WhatsApp Image 2023-10-04 at 17.25.00
samparksetu

ପୋଲିସ କୁ ଚୋର ଙ୍କ ଖୋଲା ଚ୍ୟଲେଞ୍ଜ ,ଅଧ୍ୟାପକ ଓ ବ୍ୟବସାୟୀ ଙ୍କ ଘରୁ ଚୋରି

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳ ରେ ଦିନକୁ ଦିନ ଚୋରି ବଢ଼ି ଚାଲିଛି । ଚୋର ମାନେ ନିଛାଟିଆ ଜାଗାରେ ଘର କରିଥିବା ବଡ଼ ବ୍ୟବସାୟୀ ଓ ସରକାରୀ ଚାକିରିଆ ଙ୍କୁ ଟାର୍ଗେଟ କରୁଥିବା ଦେଖାଯାଉଛି ।

୨ ଦିନରେ ୨ ଟି ସ୍ଥାନ ରୁ ଚୋରି ହୋଇଥିବା ଥାନାରେ ଏତଲା ହୋଇଛି ।ଶୁକ୍ରବାର ରାତି ରେ କଲେଜ ରୋଡ ରୁ ଝରକା ତାଡି ଚୋରି ହୋଇଥିବା ବେଳେ ଶନିବାର ଲତାବିଲ ରୁ ଚୋରି ହୋଇଛି । ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀପତି ଚିନାରା ଓ ଶିକ୍ଷୟତ୍ରୀ ରେଣୁବାଳା ସାହୁ ଙ୍କ କଲେଜରୋଡ ବାସ ଭବନ ରୁ ଚୋରି ହୋଇଛି ।

ଝିଅ ର ପଢା ଘର ଝରକା ଭାଙ୍ଗି ସୁନା ଚେନ , ମୁଦି ଓ ୪ ହଜାର ଟଙ୍କା ଚୋରି ହୋଇଛି ।ସେହିପରି ଶୁକ୍ରବାର ବିଳମ୍ବିତ ରାତିରେ ବିଶାଳ କ୍ଲଥ ଷ୍ଟୋର ରମାଲିକ ରାମବତାର ଲାଠ ଙ୍କ ଲତାବିଲ ଘରୁ ଝରକା ଭାଙ୍ଗି ୬ ଟି ସୁନା ଚେନ , ପାଉଁଜି ଓ କୋଡିଏ ହଜାର ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

new life
You might also like
error: Content is protected !!