News
WhatsApp Image 2023-10-04 at 17.25.00
samparksetu

ଦୁଃଖକଷ୍ଟରେ ଦିନ କାଟୁଛନ୍ତି ଆରତବନ୍ଧୁ ଙ୍କ ପରିବାର ,ଘରେ ବସିଛି ରୋଗାଗ୍ରସ୍ତ ପୁଅ

ସ୍ବପ୍ନ ଥିଲା ପାଠ ପଢି ଚାକିରି କରି ବାପାମାଆଙ୍କ ଦୁଃଖ ଦୂର କରିବ । କିନ୍ତୁ ଆଜିକୁ ୫ ମାସ ପୂର୍ବରୁ ହଠାତ୍ ମୁହଁ ପାଦ ଫୁଲିବାକୁ ଲାଗିଲା, ତେବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ନେବାରୁ ଜଣା ପଡିଲା ଯେ ତାଙ୍କର ଦୁଇଟି କିଡନୀ ଖରାପ, ପାଦ ତଳୁ ମାଟି ଖସିଗଲା ବାପା ମା ଙ୍କର l ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ମଙ୍ଗଳା ସାହିର ଯୁକ୍ତ୩ ମେଧାବୀ ଛାତ୍ର ତ୍ରିଲୋଚନ ସାହୁଙ୍କର ।

ଯମୁନାକୋଟ ମଙ୍ଗଳା ସାହିର ଦିନ ମଜୁରୀଆ ଆରତବନ୍ଧୁ ସାହୁ, ସ୍ତ୍ରୀ ଜେମା ସାହୁ ଓ ଦୁଇ ପୁଅଙ୍କୁ ନେଇ ତେଲଲୁଣ ର ସଂସାର । ସରକାରୀ ସୁବିଧା ଏହି ପରିବାର ପାଇଁ ସତେ ଯେମିତି ସାତ ସପନ । ନାଁ ଅଦ୍ୟାବଧି ମିଳୁଛି ରାସନ କାର୍ଡ ନାଁ ମିଳିଛି ବିଜୁ ସ୍ବାସ୍ଥ୍ୟ ବିମା କାର୍ଡ ନା କୌଣସି ପ୍ରକାର ସରକାରୀ ସହାୟତା ।

ଅତ୍ୟନ୍ତ ଗରିବ ପରିବାର ହୋଇ ମଧ୍ୟ ଆଜିପର୍ଯ୍ୟନ୍ତ ମିଳିପାରିନାହିଁ ପ୍ରଧାନମନ୍ତ୍ରୀ ଆବାସ ଘର । ବଡପୁଅ ପାଠ ଛାଡି ବାପାଙ୍କ ସହିତ ମୂଲମଜୁରୀ କରି ପରିବାର ଚଳାଇବା ସହିତ ତ୍ରୀଲୋଚନଙ୍କ ପାଠ ପଢାରେ ଖର୍ଚ୍ଚ କରନ୍ତି । ତ୍ରୀଲୋଚନ ବି ବାପାଭାଇଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ମନ ଦେଇ ପାଠ ପଢୁଥିଲେ । କିନ୍ତୁ ଆଜକୁ ପାଞ୍ଚ ମାସ ପୂର୍ବେ ତ୍ରୀଲୋଚନଙ୍କ ସବୁ ସ୍ବପ୍ନ ଭାଙ୍ଗିଯାଇଥିଲା ।

ପରିବାର ଲୋକେ ତ୍ରୀଲୋଚନଙ୍କୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନେବାପରେ । ପରୀକ୍ଷାରୁ ଜଣାପଡିଲା ତାଙ୍କର ଦୁଇଟି କିଡନୀ ଖରାପ ହୋଇଛି ବାପା ଆରତବନ୍ଧୁ କଣ କରିବେ କିଛି ବାଟ ଦେଖା ଗଲାନାହିଁ । ଘରକୁ ଆସି ଜମିବାଡି ସୁନାଗହଣା ପାଖରେ ଯାହାଥିଲା ସବୁ ବିକିଭାଙ୍ଗି ପ୍ରଥମେ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଇଥିଲେ ।

ସେଠାରେ କିଛି ପରିବର୍ତ୍ତନ ନହେବାରୁ ପରବର୍ତ୍ତି ସମୟରେ ଏଏମସ୍ ମେଡିକାଲରେ ଭର୍ତ୍ତି କରାଇଥିଲେ । ଏବେ ଏକମାସ ହେଲା ଆପୋଲୋ ହସ୍ପିଟାଲରେ ତ୍ରୀଲୋଚନଙ୍କର ଚିକିତ୍ସା ଚାଲିଛି । ସେଷରେ ଡାକ୍ତର ଶେଷ ରେ କହିଲେ କିଡନୀ ଦୁଇଟିକୁ ଅପରେସନ କରିବାକୁ ହେବ ଯାହା ପାଇଁ ପ୍ରାୟ ଖର୍ଚ୍ଚ ହେବ ୧୫ ରୁ ୨୦ ଲକ୍ଷ୍ୟ ଟଙ୍କା ।ଗୋଟିଏ ଦିନ ମଜୁରିଆ ପରିବାର ରେ ଏତେ ଗୁଡିଏ ଟଙ୍କା କେଉଁଠୁ ଜୋଗାଡ କରିବେ ପରିବାର ଲୋକେ ।

ତେବେ ଭୁବନ ବିଡିଓଙ୍କ ସହିତ ଯୋଗାଯୋଗ କରି ତ୍ରୀଲୋଚନଙ୍କ ଚିକିତ୍ସା କିପରି କରାଯିବ । ବିଜୁ ସ୍ବାସ୍ଥ୍ୟ କାର୍ଡ ଓ ରାସନ କାର୍ଡରେ ସେମାନଙ୍କୁ କିପରି ସାମିଲ କରାଯିବ ଏବଂ ଆବାସ ଯୋଜନା କିପରି ମିଳିବ ସେନେଇ ଆଲୋଚନା କରିବେ ବୋଲି ମତବ୍ୟକ୍ତ କରିଛନ୍ତି ସରପଞ୍ଚ ରଞ୍ଜନ କୁମାର ବାରିକ ।

new life
You might also like
error: Content is protected !!