News
WhatsApp Image 2023-10-04 at 17.25.00
samparksetu

ଉପଭୋକ୍ତା ଓ ବିଦ୍ୟୁତ କର୍ମଚାରୀ ଧସ୍ତାଧସ୍ତି , ଥାନାରେ ମାମଲା

ଭୁବନ ଥାନା ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ର ଗୋବିନ୍ଦପୁର ଗ୍ରାମରେ ମିଟର ଟାମ୍ପରିଙ୍ଗ ଅଭିଯୋଗ ନେଇ ଜଣେ ଆଧ୍ୟାପକ ଓ ବିଦ୍ୟୁତ କର୍ମଚାରୀ ମଧ୍ୟରେ ହୋଇଛି ଧସ୍ତାଧସ୍ତି । ଏନେଇ ଭୁବନ ଥାନାରେ ବିଦ୍ୟୁତ ବିଭାଗ ର କର୍ମଚାରୀ ଅରୁଣ ପ୍ରଧାନ ଓ ରଶ୍ମିତା ପ୍ରଧାନ ଙ୍କ ଅଭିଯୋଗ କ୍ରମେ ଏକ କେସ ରୁଜୁ ହୋଇଛି ।

ଧସ୍ତାଧସ୍ତି ରେ ଉଭୟ ଆହତ ହୋଇଥିବା ବେଳେ ଡାକ୍ତରଖାନାରେ ଉଭୟ ଚିକିତ୍ସା ହୋଇ ଘରକୁ ଫେରିଛନ୍ତି । ଭୁବନ ଅଞ୍ଚଳ ରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ବିଭାଗ ପକ୍ଷ ରୁ ଚଢ଼ାଉ ହୋଇଥିଲା । ଗୋବିନ୍ଦପୁର ଗ୍ରାମ ର ବିକାଶ ପଣ୍ଡା ଯିଏ ବିରାଶାଳ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟ କରନ୍ତି । ତାଙ୍କ ଘରେ ବିଦ୍ୟୁତ ବିଭାଗ ପକ୍ଷରୁ ଚଢ଼ାଉ କରାଯିବା ବେଳେ ହୋଇଛି ଗଣ୍ଡଗୋଳ । ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ କେବଳ ବିଦ୍ୟୁତ ବିଭାଗ ପକ୍ଷରୁ ଏତଲା ହୋଇଛି । ବିକାଶ ଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇନାହିଁ ବୋଲି ଥାନା ସୂତ୍ର ରୁ ଜଣାଯାଇଛି ।

new life
You might also like
error: Content is protected !!