News
WhatsApp Image 2023-10-04 at 17.25.00
samparksetu

ମୁରୁଗା ଦମ୍ପତି ବିଷ ପିଇବା ଘଟଣା ରେ ନୂଆ ମୋଡ଼ !

ପ୍ରଥମାଷ୍ଟମିରେ କୀଟନାଷକ ପିଇ ସ୍ବାମୀସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ରେ ନୂଆ ମୋଡ଼ ନେଇଛି । ମାନସୀ ଙ୍କ ଶାଶୁ ଖୁଲଣା ନାଏକ ତାଙ୍କ ବୋହୁ ସହ ପ୍ରେମ କରିବା ଓ ତତ ସଂପର୍କିତ ଅଶ୍ଳୀଳ ଭିଡିଓ ଭାଇରାଲ ଧମକ ଦେବା ନେଇ ଭୁବନ ଥାନାରେ ଜନୈକ ଵ୍ୟକ୍ତି ଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗକୁ ଭିତିକରି ଘଟଣା ସଂପର୍କରେ ତଦନ୍ତ କରିଥିଲେ ଥାନାଧିକାରୀ ସୌଭାଗ୍ୟ ସ୍ୱାଇଁ. । ପ୍ରଥମାଷ୍ଟମୀ ଦିନ ସ୍ୱାମୀ ସୁଜନ ସ୍ତ୍ରୀ ମାନସୀ ବିଷ ପିଇଥିଲେ । ଗ୍ରାମବାସୀ ତାଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ଉଭୟଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନା ରେ ଚିକିତ୍ସିତ କରାଯାଉଛି ।

ଉକ୍ତ ଘଟଣାରେ ସେହି ଗ୍ରାମର ଭଞ୍ଜ ନାଏକଙ୍କ ପୁଅ ମାନସ ନାଏକ(୩୫)ଙ୍କୁ ବ୍ଲାକମେଲିଙ୍ଗ କରିବା ଅଭିଯୋଗ ରେ ଗିରଫ କରି ଜେଲ କୁ ପଠାଇ ଦେଇଥିବାର ପୋଲିସ ସୂତ୍ରରୁ ପ୍ରକାଶ ।

new life
You might also like
error: Content is protected !!