News
WhatsApp Image 2023-10-04 at 17.25.00
samparksetu

ସାଂସଦଙ୍କ ଦ୍ବାରା ବିଭିର୍ଣ୍ଣ ପ୍ରକଳ୍ପର ଶୁଭ ଉଦଘାଟନ

ଢେଙ୍କାନାଳ ଜିଲ୍ଲା ଭୁବନ ଗସ୍ତକରି ଢେଙ୍କାନାଳ ସାଂସଦ ମହେଶ ସାହୁ ଆଜି ଅପରାହ୍ନରେ ବିଭିର୍ଣ୍ଣ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଥମେ ସତ୍ୟସାଇ ସେବା ସମିତିର ନୂତନ ଗୃହ ତଥା ସାଇ ମନ୍ଦିରର ଶୁୁଭ ଉଦଘାଟନ କରିଥିବା ବେଳେ ପରେ ମୀରାବାଇ କଳାବିକାଶ କେନ୍ଦ୍ରରେ ପାଚେରୀ ଉଦଘାଟନ କରିବା ସହିତ କଳାକାରଙ୍କ ସାଜସଜ୍ଜା ଗୃହର ଭିତିପ୍ରସ୍ତର ସ୍ଥାପନ କରିଥିଲେ।

ବିଷେଶକରି ମୀରାବାଇ କଳାବିକାଶ କେନ୍ଦ୍ର ତରଫରୁ ହକି ମହୋତ୍ସବ ପାଳିତ ହୋଇଥିବା ବେଳେ ଘୁମୁରା ନାଚ ସମସ୍ତଙ୍କ ମନକୁ ଛୁଇଁ ପାରିଥିଲା। ସେହିପରି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓ ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ବରୀୟ ବିଦ୍ୟାଳୟରେ ମଧ୍ୟ ନୂତନ ପ୍ରକଳ୍ପର ଶୁଭଉଦଘାଟନ କରିଥିଲେ।

ଏହି ଅବସରରେ ସାଂସଦ ମହେଶ ସାହୁଙ୍କ ସହିତ ଭୁବନ ଏନଏସି ନଗରପାଳ ଶୁଭେନ୍ଦୁ ସାହୁ, ପୁରୀ ଗୋବର୍ଦ୍ଧନ ପୀଠ ଆଦିତ୍ୟ ବାହୀନୀ ମହାସଚିବ ପଣ୍ଡିତ ମାତ୍ରୁପ୍ରସାଦ ମିଶ୍ର, ଏନଏସି ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ସାହୁ, ଓ ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ, ୬ ନଂ ଓ୍ଵାଡ କାଉନସିଲର ଶୁସାନ୍ତ ବେହେରା ଉପସ୍ଥିତ ଥିବାବେଳେ ଶତାଧିକ ବିଜେଢି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ।

new life
You might also like
error: Content is protected !!