ଓଡିଶା ଡ୍ରାଇଭର ମହାସଂଘର ଏକ ବୈଠକ ସୁରପ୍ରତାପପୁର ର ମା କାଲୁଣୀଙ୍କପୀଠରେ ଅନୁଷ୍ଠିତ ହେଉଥିବା ସମୟରେ ସାକ୍ଷାତ କରିଥିଲେ ତେଲେଙ୍ଗାନାରେ ମରଣ ସହ ଲଢେଇ କରୁଥିବା ଡ୍ରାଇଭର ନାଲୁ ମହାନ୍ତିର ମା ଦମୟନ୍ତୀ ମହାନ୍ତି ।
ସୁଚନା ମୁତାବକ ତେଲେଙ୍ଗାନା ରାଜୟର ମେହେବୁବନଗର ରେ ନିର୍ମାଣାଧିନ ଡ୍ୟାମରେ ଗାଡି ଚାଳନା କାମରେ ନିୟୋଜିତ ନାଲୁ ମହାନ୍ତିଙ୍କୁ ତାଙ୍କର ଦୁଇ ସାଥୀ କୈଣସିର କାରଣକୁ ନେଇ ମାଡ ମାରି ମାଟିରେ ଜଙ୍ଘ ପର୍ଯ୍ୟନ୍ତ ପୋତି ଦେଇଥିଲେ ।
ଭୁତପୁର ପୋଲିସ ନାଲୁଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା କରିବା ସହନାଲୁର ବୟାନ ଅନୁଯାୟୀ ଦୁଇ ଜଣଙ୍କୁ ଅଟକ ରଖିଥିଲେ । ଗତକାଲି ସ୍ମାର୍ଟକାର୍ଡ ବଟଂନ ସମୟରେ ନାଲୁର ମାଆ ଦମୟନ୍ତୀ ମହାନ୍ତି ବ୍ଲକ ଅଧକ୍ଷ ଓ ପର୍ଯ୍ୟବେକ୍ଷକ ବିଜୟ ମହାନ୍ତିଙ୍କୁ ଭେଟି ଗୁହାରୀ ଜଣାଇଥିଲେ ।
ବ୍ଲକଅଧକ୍ଷ ଧର୍ମାନନ୍ଦ ବରାଳ ବିଜୁ ସ୍ୱାସ୍ତ୍ୟ କଲ୍ୟାଣ ସ୍ମାର୍ଡ କାର୍ଡ ଦମୟନ୍ତୀଙ୍କୁ ପ୍ରଦାନ କରିଥିବା ଜଣାଯାଇଛି । ହେଲେ ତାଙ୍କ ପୁଅ ତେଲେଙ୍ଗାନାରେ ଚିକିତ୍ସା ହେଉଥିବା ଓ ତାଙ୍କ ପାଖରେ ଆମ୍ବୁଲାନ୍ସ ଭଡାକରି ଓଡିଶା ଆଣିବା କଥା ସମସ୍ତଙ୍କୁ ଗୁହାରୀ କରି ଜଣାଇବା ପରେ କେହି ଶୁଣୁନଥିବାରୁ ସେ ହତେତ୍ସାହ ହୋଇପୋଡିଥିବା ଜଣାଯାଇଛିି ।
ଓଡିଶା ଡ୍ରାଇଭର ମହାସଂଘ ଢେଙ୍କାନାଳ ଜିଲ୍ଲା ଶାଖାର ସଭାପତି ନରୋତମ ମହାରଣା କୁହନ୍ତି ନାଲୁ ଜଣେ ଗାଡି ଚାଳକ ବିଷୟରେ ସେ ଜାଣିନାହାନ୍ତି । ତାଙ୍କ ମାଙ୍କ ଠାରୁ ଜାଣିବା ପରେ ସେ ସମସ୍ତ ବିଷୟ ରେ ବୁଝାସୁଝା କରିବା ସହ କିପରି ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଦାର କରାଯାଇପାରିବ ସେ ନେଇ ଚେଷ୍ଠା ଜାରି ରହିବ ବୋଲି ଆମ ପ୍ରତିନିଧିଙ୍କୁ ପ୍ରତିକ୍ରିୟାରେ ଜଣାଇଥିଲେ ।