News
WhatsApp Image 2023-10-04 at 17.25.00
samparksetu

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର

ଢେଙ୍କାନାଳ ଜିଲ୍ଲା ଭୁବନ ଦେଇ ଯାଇଥିବା ଜାତୀୟ ରିଜପଥ ୫୩ ରେ ବର୍ତ୍ତମାନ ସମୟରେ ପ୍ରାୟ ପ୍ରତ୍ୟେକ ଦିନ ସଡ଼କ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି।ମାତ୍ର ଗୋଟିଏ ଦିନ ପୂର୍ବରୁ ଗାଡି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଯାଇଥିବା ବେଳେ ଆଜି ଦିନ ୧୧ଟା ସମୟରେ ଜଣେ ବୃଦ୍ଧ ଙ୍କୁ ବାଲିଝାଟି ଛକରେ ଅଜଣା ଗାଡି ମାଡକରି ଚାଲିଯାଇଛି।

ଫଳରେ ତାଙ୍କର ବାମଗୋଡଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ତେବେ ସ୍ଥାନୀୟ ଲୋକ ଓ ଭୁବନ ଅଗ୍ନିଶମ ବାହିନୀ ଦ୍ବାରା ତାଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଢେଙ୍କାନାଳ ଜିଲ୍ଲା ଚିକିତ୍ସାଳୟ ପଠାଯାଇଛି ।

new life
You might also like
error: Content is protected !!