News
WhatsApp Image 2023-10-04 at 17.25.00
samparksetu

ଦଶଚକିଆ ପଛପଟୁ ପିଟିଲା କୋଇଲା ବୋଝେଇ ଟ୍ରକ ,ଡ୍ରାଇଭର ଗରୁତର

ଏକ ଦଶଚକିଆ ଟ୍ରକ ପଛପଟୁ ପିଟିଲା କୋଇଲା ବୋଝେଇ ଟ୍ରକ। କୋଇଲା ବୋଝେଇ ଟ୍ରକର ଡ୍ରାଇଭର ଏହି ଦୁର୍ଘଟଣା ରେ ଗୁରୁତର ହୋଇଥିବା ଜଣାପଡିଛି । ଘଟଣା ଘଟିଛି ଭୁବନ ବ୍ଲକ ଅନ୍ତର୍ଗତ ୫୩ ନ ଜାତୀୟ ରାଜପଥ ଗୋଡାଛକ ନିକଟରେ ଆଜି ଅପରାହ୍ନ ସମୟରେ ।ତେବେ ଗୁରୁତର ଡ୍ରାଇଭର ବିହାରର ସୈଲେସି ବାବନ (୪୯) ଭୁବନ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଦଶଚକିଆ ଗାଡିଟି ପଳାଇଥିବା ଜଣା ଯାଇଛି।

ଘଟଣାରୁ ପ୍ରକାଶ ଯେ ,ତାଳଚେରରୁ କୋଇଲା ବୋଝେଇ କରି ଆସୁଥିବା ଟ୍ରକର ଡ୍ରାଇଭର ଅତ୍ୟଧିକ ଖରା କାରଣରୁ ଆଗରେ ଠିଆ ହୋଇଥିବା ଦଶଚକିଆ ଗାଡିର ଗତିବିଧି ସଂପର୍କରେ ଜାଣି ପାରିନଥିଲା। ଫଳରେ ଦ୍ରୁତ ଗତିରେ ଆସି ପଛପଟୁ ପିଟିଥିଲା। ତେବେ ଜାତୀୟ ରାଜପଥ ପାର୍ଶ୍ବର ଏହି ଛକ ନିକଟରେ ବେଆଇନ ଭାବେ ୨ ଟି ସ୍ଥାନ ରେ ମଦ ବିକ୍ରି ହେଉଥିବା କାରଣରୁ ରାଜପଥ ଉପରେ ଡ୍ରାଇଭର ମାନେ ଗାଡି ରଖି ମଦ୍ୟପାନ କରୁଛନ୍ତି , ଯାହା ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଚଳିତ ବର୍ଷ ଏହି ସ୍ଥାନ ରେ ଏହା ୫ ମ ଘଟଣା । ଅପରପକ୍ଷେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଥିବା ଜଣାପଡିଛି l

new life
You might also like
error: Content is protected !!