News
WhatsApp Image 2023-10-04 at 17.25.00
samparksetu

ବୃଦ୍ଧାକୁ ବିଧବା ସଜାଇଲେ ଘର ଲୋକ ; ଗ୍ରାମ ମୁରବୀଙ୍କ ଉପସ୍ଥିତିରେ ପିନ୍ଧିଲେ କାଚ ସିନ୍ଦୁର

ପରିଣତ ବୟସଙ୍କ ମା’ କୁ କିଭଳି ସମ୍ମାନ ଦିଆଯାଉଛି ତାହା ସସାଂର ଦେଖିଲା ଭଳି ଘଟଣାଟିଏ । ଏହି ଘଟଣା ଘଟିଛି ଭୁବନ ବ୍ଲକ କୁନିନ୍ଦା ଗ୍ରାମରେ । ଗ୍ରାମର ପୁରସ୍ତମ ସାହୁଙ୍କ ସ୍ତ୍ରୀ ଗୋଲାପ (୬୫)ଙ୍କୁ ପରିବାର ଲୋକ ଏହି ହାଡଭଙ୍ଗା ଶୀତ ରାତିରେ ଘରୁ ବାହାର କରିଦେଇଛନ୍ତି ।

ମହିଳାଙ୍କର ସମସ୍ତ ଆସବାବପତ୍ର ପୋଫାଡି ଦେଇଥିଲେ । ପରେ ମହିଳା ଜଣକ ବିଧବା ସାଜି ଭୁବନ ଥାନାର ଦ୍ୱାରସ୍ଥ ହୋଇଥିଲେ,ଏ ନେଇ ପୋଲିସ ପକ୍ଷରୁ କେସ ଦାୟର କରାଯାଇଛି । ଲୋକ ଲଜ୍ଜାକୁ ଭୟକରି କୁନିନ୍ଦା ଗ୍ରାମର ମୁରବୀ ସରପଚଂ କଲ୍ୟାଣୀ ସାହୁଙ୍କ ନେତୃତ୍ୱରେ ଘଟଣାର ଆପୋଷ ମିଳାମିଶା କରାଯାଇଛି ।

ମା’ ଗୋଲାପ ସାହୁ ନିଜ ବଡ ପୁଅ ମଦନ ସାହୁଙ୍କ ପାଖରେ ରହିବା ସହ ବାପା ସାନପୁଅ ପ୍ରଦୀପ ନିକଟରେ ରହିବାକୁ ନିଷ୍ପତି ହେବା ପରେ ଗୋଲାପ ପୁଣି ଥରେ ଶଂଖା ସିନ୍ଦୁର ପିନ୍ଧି ସଧବା ହୋଇଥିବା ଜଣାଯାଇଛି ।

new life
You might also like
error: Content is protected !!