ନଦୀବନ୍ଧ ଦ୍ୱାରା କରାଯାଇଥିବା ଡ୍ୟାମର ପାଣିକୁ କିଭଳି ଚାଷଜମିକୁ ମଡାଯାଇ ପାରିବ ତାର ସଂପୂର୍ଣ୍ଣ ବ୍ୟବସ୍ଥା ଜାପାନ
ସରକାରଙ୍କ ସକ୍ରିୟ ସହଯୋଗରେ କରୁଛନ୍ତି । ପ୍ରତ୍ୟେକ କେନାଲ ର ତଳ ମୁଣ୍ଡରେ ଥିବା ପାଣି ର ଜମିକୁ ପାଣି ପହଁଚାଇବା
ସରକାରଙ୍କ କର୍ତବ୍ୟ । ଯାହାକି ଚାଷୀର ହକ । ଏହି ହକ ପାଇବା ପାଇଁ ଚାଷୀ ମାନଙ୍କର ସଂଗଠନ କୁ ପାଣି ପଚାଂୟତ
ଜରିଆରେ ନିର୍ମାଣ କରାଯାଉଛି ।
ଯାହାର ଲାଭ ସଂପୂର୍ଣ୍ଣ ଚାଷୀ ସମାଜ ଉଠାଇବା ଉଚିତ ବୋଲି ରେଙ୍ଗାଳି ବାମ ମୁଖ୍ୟ କେନାଲ କୁ ଦୁଇ ଦିନିଆ ପରିଦର୍ଶନରେ ଆସିଥିବା ପ୍ରମୁଖ ଉନ୍ନୟନ ବିଶେଷଜ୍ଞ ଅନୁରାଗ ସିଂହା ଓଡିଶ ଠାରେ ଚାଷୀଙ୍କୁ କହିଥିଲେ । ଜାପାନ ସରକାରଙ୍କ ଭାରତ ପ୍ରତିନିଧି କାଓରୀ ଫୁରିଆମା ଚାଷୀମାନଙ୍କ ଦ୍ୱାରା ପ୍ରର୍ଦଶିତ ଧାନ ଫସଲ ଦେଖି
ନୂତନ ସବୁଜ ବିପ୍ଲବର ଆଶା ବିଷୟରେ କହିଥିଲେ ।
ଅଣଧାନ ଫସଲକୁ ନେଇ ଚାଷୀ ଆଗେଇ ଆସିବା ଦରକାର ବୋଲି
ବିଶେଷ ଗୁରୁତ୍ୱ ଦେଇଥିଲେ । ମା ଚର୍ଚ୍ଚିକା ପାଣି ପଚାଂୟତ ପକ୍ଷରୁ ଅନୁଷ୍ଠିତ ଚାଷୀ ସଭାକୁ ସମ୍ବୋଧିତ କରିଥିଲେ ସେଚାଚଂଳ
ଉନୟନ ଓ ସହଭାଗୀ ଜଳ ପରିଚାଳନା ଓଡିଶା ର ନିର୍ଦ୍ଦେଶକ ରଶ୍ମିରଂଜନ ନାୟକ , , ଜଳସଂପଦ ବିଭାଗର ଯନ୍ତ୍ରୀ
ଦୀପ୍ତି ରଂଜନ ପଣ୍ଡା , ସେଚାଚଂଳ ଉନୟନ ର ମୁଖ୍ୟ ଯନ୍ତ୍ରୀ ମରୋଜ କୁମାର ଦାସ , ମୁଖ୍ୟ ଯନ୍ତ୍ରୀ ଜାଇକା ବିଜୟ କୁମାର
ସାମଲ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ବାମା ପ୍ରସାଦ ବିଶ୍ୱାଳ ଜଳ ଭୂମି ପରିଚାଳନା ସଂସ୍ଥା ଉପ ନିଦ୍ଦେଶକ ବିଜ୍ଞାନ ପ୍ରସାଦ ସାହୁ ।
ଜଳ ଭୂମି ପରିଚାଳନା ସଂସ୍ଥା ଭୁବନ ମୁଖ୍ୟ ପ୍ରଦ୍ୟୁମ୍ନ କୁମାର ମିଶ୍ର ସଂଯୋଜନା କରିଥିଲେ ।
ଚାଷୀ ପ୍ରତିନିଧି ଭାବରେ ଭୁବନ କୃଷକ ସମାଜ ସଂପାଦକ ପୂର୍ଣ୍ଣଚନ୍ଦ୍ର ସାହୁ ବ୍ରାହ୍ମଣୀ ଦେବୀ ପାଣି ପଚାଂୟତର ସଭାପତି ରମେଶ ଚନ୍ଦ୍ର ସାହୁ, ମାଚର୍ଚ୍ଚକା ପାଣି ପଚାଂୟତର ସଭାପତି କୈଳାସ ଚନ୍ଦ୍ର ଜେନା , ରାଧାକୃଷ୍ଣ ପାଣି ପଚାଂୟତ ସଭାପତି କେନ୍ଦୁପଡାର ଚାଷୀ ଚକ୍ରଧର ପରିଡା ବିଭିନ୍ନ ବିଷୟରେ ଚାଷୀଙ୍କ ସମସ୍ୟା ସଂର୍ପକରେ ତଥ୍ୟଭିତିକ ବିଷୟ ଉପସ୍ଥାପନା କରିଥିଲେ । ମା ଚର୍ଚ୍ଚିକା ପି.ପି ର ସଂପାଦକ
ରବିନାରାୟଣ ଷଣ୍ଢ ,କୋଷାଧକ୍ଷ ଭାଗୀରଥି ସେଠୀ ବାଲୁଙ୍କେଶ୍ୱର ପାଣି ପଚାଂୟତର ସଭାପତି ବିଜୟ କୁମାର ମହାନ୍ତ
ସମେତ ସକ୍ରିୟ ସହଯୋଗ କରିଥିଲେ ।
ପ୍ରତିନିଧି ମଣ୍ଡଳୀ କଂସରଗୋଡାରେ ବିରଂଚି ସାମଲଙ୍କ ଧାନକ୍ଷେତ , ଗବଗୋଡାର ଗୋଷ୍ଠୀ ମଣ୍ଡପ ଉଦଘାଟନ , ଭୂଷଳର ଛତୁ ଚାଷ , କୁକୁଡା ଚାଷୀ ଓ ମହିଳା ଚାଷୀଙ୍କ ଭେଟିଥିଲେ । ଭୁବନ ସେଚାଚଂଳରେ ଏକ ଚାଷୀ ସମ୍ମିଳନୀ କୁ ଉଦବୋଧନ କରିଥିଲେ