News
WhatsApp Image 2023-10-04 at 17.25.00
samparksetu

ଶନିଶ୍ଚରାୟ ଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

ଭୁବନ ବ୍ଲକ ଅନ୍ତର୍ଗତ ପଳାଶପିଠିଆ ଗୋଡା ଗ୍ରାମରେ ନୂତନ ମନ୍ଦିର ଓ ଶନିଶ୍ଚରାୟ ଦେବଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ୟରେ ଶନିଶ୍ଚରାୟ ନୂତନ ବିଗ୍ରହ ଗତକସଲି ଠାରୁ ପ୍ରତିଷ୍ଠା ହୋଇଛି ।

ସକାଳୁ ଗ୍ରାମର ମହିଳା ଓ ପୂରୁଷମାନେ ନିକଟରେ ଥିବା ଡମଶାଳ ନାଳରୁ କଳସ ବୁଡାଇ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମନ୍ଦିର ପ୍ରଙ୍ଗଣରେ କଳସ ପ୍ରତିଷ୍ଠା କରିଥିଲେ । ଏହି ବିଗ୍ରହ ସ୍ଥାପନରେ ମୋଟ ଦେଢ ଶହରୁ ଉର୍ଦ୍ଧ୍ବ କଳସ ସ୍ଥାପନ କରାଯାଇଥିଲା । ଆଜି ଉଜାପନି ଦିବସରେ ହାଜର ହାଜର ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା I

ଶନିଶ୍ଚରାୟଙ୍କ ପ୍ରଶାଦ ସେବନ ପାଈଁ ଅଞ୍ଚଳ ବାସୀଙ୍କ ମନରେ ବେଶ୍ ଉତ୍ସାହ ରହିଛି । ଏହି ବିଗ୍ର, ପଣ୍ଡିତଙ୍କ ବେଦ ମନ୍ତ୍ର ସାଙ୍ଗକୁ ହରିବୋଲ ହୁଳ ହୁଳିରେ ପ୍ରକମ୍ପିତ ହୋଇଥିଲା ପରିବେଶ । ଦୁଇ ଦିନ ଧରି ହୋଇଥିବା ପ୍ରତିଷ୍ଠା ଉତ୍ସବ ପ୍ରଥମ ଦିନରେ ମହିଳାଙ୍କ ଦ୍ୱାରା କଳସ ଶୋଭାଯାତ୍ରା, ଦ୍ୱିତୀୟ ଦିନରେ ପ୍ରତିଷ୍ଠା ପୂଜା ଓ ପୂର୍ଣ୍ଣାହୁତି କରାଯାଇ ଶନିଶ୍ଚର ଠାକୁରଙ୍କୁ ମନ୍ଦିର ପ୍ରବେଶ ହୋଇଥିଲା । ମନ୍ଦିର ପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବା ବେଳେ ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଶିତ ହୋଇଥିଲା ।

new life
You might also like
error: Content is protected !!