ଭୁବନ ବ୍ଲକ୍ ଅନ୍ତର୍ଗତ ବାଲିବୋ ପଞ୍ଚାୟତ ର କାନଖାଇ ଗ୍ରାମର ସୁକାନ୍ତି ସାହୁ , ମୀନା ସାହୁ ଓ ସେଶ ଦେହୁରୀ ଭୁବନରୁ ଗ୍ରାମକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ ଶେଷ ଦେହୁରୀ ବାଇକ୍ ଯୋଗେ ଦୁଇ ମହିଳାଙ୍କୁ ଧରି ଗ୍ରାମ ଅଭିମୁଖେ ଯାଉଥିବା ସମୟରେ ଭୁବନ ନୀଳମାଧବ ତେଲଟାଙ୍କି ପାଖ ବାଇପାସ୍ ରାସ୍ତା ଉପରେ ଏକ ବୋଲେରୋ ଆସି ଧକ୍କା ଦେଇଥିଲା । ବୋଲେରୋ ନଂ-ଓଡି-୦୨-ଟି-୧୮୯୬ ଭୁବନ ଥାନା ପକ୍ଷରୁ ଜବତ କରାଯାଇ ମାମଲା ରୁଜୁ ହୋଇଛି ।
ଦୁର୍ଘଟଣାର ଶିକାର ହୋଇଥିବା ଯୁବତୀ ମୀନା ସାହୁଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ମହିଳା ସୁକାନ୍ତି ସାହୁ ପ୍ରଥମେ ଢେଙ୍କାନାଳ ଓ ପରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି । ବାଇକ୍ ଚାଳକ ଶେଷ ଦେହୁରୀ ସାମାନ୍ୟ ଆଘାତ ପାଇ ଭୁବନ ଡାକ୍ତରଖାନାରେ ଚିକିତ୍ସା ପରେ ସେ ଘରକୁ ଫେରିଛନ୍ତି । ଏଣେ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ ଯୋଗୁଁ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଲାଗି ରହୁଥିବା ସ୍ଥାନୀୟ ଜନସାଧାରଣ କହିଛନ୍ତି