ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ଆଦିବାସୀ ବହୁଳ ଗ୍ରାମ ଥୋରିଆସନ୍ଧାର ଗ୍ରାମର ଜନୈକା ମହିଳାଙ୍କୁ
ଅସଦାଚରଣ ହୋଇଥିବାର ଥାନାରେ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ , ସ୍ବର୍ଗତ ଗଙ୍ଗାଧର ଗୋଇଆ ଙ୍କ ବିଧବା ପତ୍ନୀ ଗୀତା ଙ୍କୁ ତାଙ୍କ ଦିଅର କୁନା ଥୋରିଆ ଗତ ଜୁଲାଇ ୭ ତାରିଖରେ ଘରେ ପଶି ଅସଦାଚରଣ କରିଥିଲେ । ଏ ନେଇ ଗୀତା ପ୍ରତିବାଦ କରିବାରୁ ତାଙ୍କୁ ଠେଙ୍ଗା ରେ କୁନା ଆକ୍ରମଣ ମଧ୍ୟ କରିଥିଲେ ।
ନ୍ୟାୟ ପାଇଁ ଗ୍ରାମ ସଭାରେ ଗୀତା ନେହୁରା ହୋଇଥିବା ବେଳେ , କୁନା ଗ୍ରାମସଭା ର କଥା କୁ ଅମାନ୍ୟ କରିବାରୁ ପୀଡିତା ମଙ୍ଗଳବାର ଭୁବନ ଥାନା ର ଦ୍ୱାରସ୍ତ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି ,ଏନେଇ ଭୁବନ ଥାନା ରେ କେସ ରୁଜୁ ହୋଇଥିବା ଜଣାଯାଇଛି ।