News
WhatsApp Image 2023-10-04 at 17.25.00
samparksetu

ରାଇସମିଲ ପାଲଟିଛି ଧାନମଣ୍ଡି !

ଚାଷୀମାନଙ୍କର ସୁବିଧା ପାଇଁ ସରକାର ଅନଲାଇନ ମାଧ୍ୟମରେ ଟୋକନ ସିଷ୍ଟମ କରି ଧାନ କ୍ରୟ କରୁଛନ୍ତି। ଚଳିତବର୍ଷ ଧାନ କ୍ରୟପାଇଁ ସମବାୟ ସମିତି ଓ ମହିଳା ଗୋଷ୍ଠୀଙ୍କ ଦ୍ବାରା ଧାନମଣ୍ଡି ଚାଲିବା ପାଇଁ ସରକାରୀ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଚଳିତବର୍ଷ କିଛି ଦଲାଲ ମାନେ ସିଧା ସଳଖ ଟ୍ରାକ୍ଟରରେ ଧାନ ନେଇ ରାଇସ ମିଲରେ ଧାନ ବିକ୍ରି କରୁଥିବା ଦେଖିବାକୁ ମିଳୁଛି ।

ଯାହା ଫଳରେ ରାଇସ ମିଲ ପାଲଟିଛି ଅଘୋଷିତ ଧାନମଣ୍ଡି। ଏପରି ସମସ୍ୟା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ଚଳିତବର୍ଷ ଭୁବନ ବ୍ଲକରେ ମୋଟ ୧୮ ଟି ମଣ୍ଡିରେ ଧାନ କ୍ରୟ କରାଯାଉଛି। ତେବେ ଧାନମଣ୍ଡି ଗୁଡିକରେ ଧାନକ୍ରୟ ହେଉଥିବା ବେଳେ କିଛି ଚାଷୀ ଓ ଦଲାଲମାନେ ସିଧାସଳଖ ତ୍ରିଶକ୍ତୀ ମିଲକୁ ଧାନ ବିକ୍ରି କରିବା ପାଇଁ ଯାଉଛନ୍ତି। ଫଳରେ ରାଇସମିଲ ଆଗରେ ପ୍ରତ୍ୟେକ ଦିନ ଧାନବୋଝେଇ ଟ୍ରାକ୍ଟର ଗୁଡିକର ଭିଡ ଦେଖିବାକୁ ମିଳୁଛି। ତେବେ ଏହି ଧାନବୋଝେଇ ଟ୍ରାକ୍ଟର ଗୁଡିକ ସମବାୟ ସମିତି ଓ ମହିଳା ଗୋଷ୍ଠୀଙ୍କ ଧାନମଣ୍ଡିରୁ ଆସୁଥିବା ମିଲର ଗେଟକିପର ପ୍ରକାଶ କରିଛି। ଧାନମଣ୍ଡି ଗୁଡିକରୁ ଧାନ କ୍ରୟହେବାର ବ୍ୟବସ୍ଥା ଥିବାବେଳେ କାହା ଇଙ୍ଗିତରେ ମିଲରେ ସିଧାସଳଖ ଧାନବିକ୍ରି ହେଉଛି ଭୁବନ କୃଷକ ସମାଜ ସଭାପତି ପ୍ରଶ୍ନକରିଛନ୍ତି।

ସେହିପରି ଧାନ ଲୋଡିଂ ପାଇଁ କ୍ୟୁଣ୍ଟାଲ ପିଛା ୮ଟଙ୍କା ଓ ଗାଡିଭଡା ସରକାର ଖର୍ଚ୍ଚକରୁଥିବା ବେଳେ ସିଧାସଳଖ ମିଲରେ ବିକ୍ରି ହେଉଥିବା ଧାନ ବାବଦକୁ ସରକାରୀ ଖର୍ଚ୍ଚଟଙ୍କା ଯାଉଛି କୁଆଡେ। ଅପର ପକ୍ଷେ ମିଲରେ ସିଧାସଳଖ ଧାନକ୍ରୟ କାରଣରୁ ମଣ୍ଡିରେ ବିଭିର୍ଣ୍ଣ ଆଳ ଦେଖାଇ ଚାଷୀଙ୍କୁ ଭୟଭିତ କରାଯାଉଛି। ତୁମର ଖରାପ ଧାନ, ମିଲର ଏହି ଧାନ ନେବନାହିଁ ଆଦି ବିଭିର୍ଣ୍ଣ କଥା କହି ଚାଷୀଙ୍କୁ ଭୟଭିତ କରି ଧାନ କ୍ବୁଣ୍ଟାଲ ପିଛା ଚାରି କିଲୋରୁ ଆଠ କିଲୋ ପର୍ଯ୍ୟନ୍ତ କଟଣିଛଟଣି କରି ଧାନ କ୍ରୟ କରାଯାଉଛି।

ତେବେ ଏପରି ସମସ୍ୟାକୁ ନେଇ ଧାନ କିଣୁଥିବା ଭୁବନ ବ୍ଲକ ଲେବୁଲ ଫେଡରେସନ ପକ୍ଷରୁ କୁହାଯାଇଛି ସବୁମଣ୍ଡି ଯେପରି ଚାଲିଛି,ଆମେ ସେହିପରି ଚଲାଇଛୁ। କିନ୍ତୁ ଗତବର୍ଷ ପରି ଚଳିତ ବର୍ଷ ମିଲକୁ ଡାଇରେକ୍ଟ ଧାନ ପଠାଇବୁ ନାହିଁ ବୋଲି ଫେଡରେସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ତେବ ଏ ସଂପର୍କରେ କାମାକ୍ଷାନଗର ଉପଜିଲ୍ଲାପାଳ ଜୌତିଶଙ୍କର ସାହୁ କୁହନ୍ତି କୋଉ ପରିସ୍ଥିତିରେ ଚାଷୀ ସିଧାସଳଖ ମିଲରେ ଦେଉଛି ତାର ତଦନ୍ତ କରାଯିବ। ସେହିପରି ଧାନକ୍ରୟରେ ଯଦି କିଛି ଗାଇଡଲାଇନ ଭଙ୍ଗ ହେଉଛି ତାହାକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

new life
You might also like
error: Content is protected !!