News
WhatsApp Image 2023-10-04 at 17.25.00
samparksetu

ସୁରକ୍ଷା ବାଡ଼ ଭାଙ୍ଗି ବିଲରେ ପଡ଼ିଲା ଟ୍ରକ , ଅଳ୍ପକେ ବର୍ତ୍ତିଲେ ଚାଳକ

ଡ୍ରାଇଭରକୁ ନିଦ ଲାଗିବାରୁ ସୁରକ୍ଷା ବାଡ଼ ଭାଙ୍ଗି ବିଲକୁ ଖସିଲା ଟ୍ରକ ,ଅଳ୍ପକେ ବର୍ତ୍ତିଲେ ଚାଳକ । ଘଟଣା ଟି ଘଟିଛି ୫୩ ନଂ ଜାତୀୟ ରାଜପଥ ଭୁବନ ଥାନା ଶାମଳ ଗ୍ରାମ ନିକଟରେ ।

ସୂଚନା ଅନୁଯାୟୀ , ଆଜି ମଧ୍ୟାହ୍ନରେ କାମାକ୍ଷାନଗର ପଟୁ ନିଜ ଗାଁ କେଉଁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳ ବୈରୀମାଲକୁ ଟ୍ରକ ନେଇ ଫେରୁଥିଲେ ଚାଳକ । ଆଖିରେ ନିଦ ଲାଗିଯିବାରୁ ଟ୍ରକ ଟି ରାସ୍ତାର ସୁରକ୍ଷା ବାଡ଼ ଭାଙ୍ଗି ବିଲ ମଧ୍ୟକୁ ପାଞ୍ଚ ଫୁଟ ତଳକୁ ଖସି ପଡିଥିଲା । ଇନ୍ତୁ ଏହି ଦୁର୍ଘଟଣାରେ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ । ଖବର ପାଇ ଦମକଳ ବାହିନୀ କର୍ମଚାରୀ ଚାଳକ କୁ ଗାଡି ମଧ୍ୟରୁ ଉଦ୍ଧାର କରି ଡାକ୍ତରଖାନରେ ଭର୍ତ୍ତି କରିଥିଲେ । ଚାଳକ ହେଲେ ନରୋତ୍ତମ ମଲ୍ଲିକ (୩୭) । ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

new life
You might also like
error: Content is protected !!