News
WhatsApp Image 2023-10-04 at 17.25.00
samparksetu

କୂଅ ପାଣି ଭରସାରେ ସାହି ବାସିନ୍ଦା

ଢେଙ୍କନାଳ ଜିଲ୍ଲା ଭୁବନ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ପାନୀୟ ଜଳ ଯୋଗାଣ ରେ ସଙ୍କଟ ହେଉଥିବା ଦେଖିବାକୁ ମିଳିଛି I ଗ୍ରୀଷ୍ମ ଆରମ୍ଭ ରୁ ଉକ୍ତ ଗ୍ରାମକୁ ପାନୀୟଜଳ ଠିକ୍ ଭାବେ ଯୋଗାଣ ହେଉ ନଥିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଉକ୍ତ ଗ୍ରାମରେ ଅଧିକାଂଶ ଲୋକ ଅନୁସୂଚିତ ଜାତି ର ଲୋକ ବସବାସ କରୁଥିବାରୁ ତନି ବର୍ଷ ତଳେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ସରକାରୀ ସ୍ତରରେ ଘୋଷଣା କରାଯାଇଛି I

ଆଦର୍ଶ ଗ୍ରାମ ଭାବେ ଘୋଷଣା ପରେବି ଗ୍ରାମର ବିକାଶ ହେଲା ଭଲି ପ୍ରାଶାସନିକ ସ୍ତରରେ କୋଣସି ପଦକ୍ଷେପ ନିଆ ଯାଇନଥିବା ଦେଖିବାକୁ ମିଳିଛି I ଗ୍ରାମକୁ ପାନୀୟଜଳ ଯୋଗାଣ ପାଈଁ ସରକାର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ପ୍ରକଳ୍ପ ନିର୍ମାଣ କରିଛନ୍ତି ହେଲେ ଦୀର୍ଘ ଦିନ ହେବ ପାନୀୟଜଳ ସଠିକ୍ ଭାବେ ଯୋଗାଣ ହେଉନଥିବା ଅଭିଯୋଗ ହୋଇଛି I

ହରିଜନ ସାହିରେ ୯୦ ଘର ବିଶିଷ୍ଟ ପରିବାର ପାଖା ପାଖି ୩୦୦ ରୁ ଅଧିକ ଲୋକ ବାସବାସ କରୁଥିବା ବେଳେ ଦୈନିକ ପାଣି ଟୋପେ ପାଇଁ ଏହି ପାଣିଟାଙ୍କି ଉପରେ ନିର୍ଭର କରିଥାନ୍ତି I ସଠିକ ଭାବେ ପାନୀୟ ଜଳ ଯୋଗାଣ ହେଉନଥିବାରୁ ପ୍ରାୟଏକ କିଲୋ ମିଟର ଦୂରତାରେ ଥିବା ଏକ କୂଅ ଉପରେ ନିର୍ଭର କରୁଛନ୍ତି I ଦୈନିକ ଅପରାହ୍ନରେ ରେ ମହିଳା, ଛୁଆ ପିଲା ଗରା ବଲଟି ଧରି ପାଣି ଆଣୁଥିବା ଦେଖିବାକୁ ମିଳୁଛି I ଗ୍ରାମବାସୀ ଙ୍କ କହିବା କଥା ଦୈନିକ ପ୍ରକଳ୍ପ ଚାଲୁଛି ଗୋଟିଏ ଗରା କି ବାଲଟି ପୁରୁଚି କି ନାହିଁ ବନ୍ଦ ହୋଇଯାଇଛି ବାଧ୍ୟ ହୋଇ କୂଅ ପାଣି ବ୍ୟବହାର ପାଇଁ ସଂଗ୍ରହ କରୁଛୁ I

ସ୍ତାନୀୟ ପ୍ରଶାସନ ପାନୀୟଜଳ ଯୋଗାଣ ଉପରେ ନଜର ଦେଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି I ଆଗକୁ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ ତେଣୁ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି I ଏ ସମ୍ପର୍କରେ ବ୍ଲକ୍ କନିଷ୍ଠ ଯନ୍ତ୍ରୀ ରଞ୍ଜନ ମହାନ୍ତି କୁହନ୍ତି ପ୍ରକଳ୍ପ ଠିକ୍ ଅଛି ପ୍ରତିଟି ଘରେ ମଟର ଲାଗୁଥିବା ରୁ ହରିଜନ ସାହିରେ ପାଣି ଠିକ୍ ରେ ହେଉ ନାହିଁ ଏ ସମ୍ପର୍କରେ ସ୍ତାନୀୟ ସରପଞ୍ଚ ସହ ଆଲୋଚନା କରି ସମସ୍ୟା ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

new life
You might also like
error: Content is protected !!