News
WhatsApp Image 2023-10-04 at 17.25.00
samparksetu

ଭଙ୍ଗା ଆଜବେଷ୍ଟ ତଳେ ଗଢ଼ା ଚାଳିଛି ପିଲାଙ୍କ ଭବିଷ୍ୟତ

ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ନିମନ୍ତେ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ନିରାପଦରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ିବା ପାଇଁ ନିର୍ମାଣ କରୁଛନ୍ତି ଛାତଘର । ହେଲେ ଏମିତି କିଛି ବିଦ୍ୟାଳୟ ରହିଛି ଯେଉଁଠି ଏବେ ବି ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ଭଙ୍ଗାଘରେ ପାଠ ପଢ଼ୁଛନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନ ବ୍ଲକ ଅନ୍ତର୍ଗତ ଡେଙ୍ଗାବାହାଳୀ ଗ୍ରାମ ନିକଟ ବଳରାମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ।୧୯୮୨ ମସିହାରେ ନିର୍ମାଣ ହୋଇଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଦିଆଯାଉଥିବା ବେଳେ ଦୁଇ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି ।

ଏବେ ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୪୬ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ନିମନ୍ତେ ଗୋଟିଏ ଛାତଘର ଓ ଗୋଟିଏ ପୁରୁଣା ଆଜବେଷ୍ଟ ଛପର ଘର ରହିଛି । ତେବେ ବିପଦସଙ୍କୁଳ ଅବସ୍ଥାରେ ଥିବା ଏହି ଆଜବେଷ୍ଟ ଛପର ଘରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ପିଲା ପାଠ ପଢୁଥିବାରୁ ସମସ୍ୟା ଦେଖା ଦେଇଛି ।

ଏପଟେ ସମସ୍ୟା ସମାଧାନ ନହେଲେ ଛାତ୍ରଛାତ୍ରୀମାନଙ୍କୁ ଅନ୍ୟ ସ୍କୁଲକୁ ନେଇଯିବାକୁ ଅବିଭାବକ ଜଣାଇଥିବା ବେଳେ ବିଦ୍ୟାଳୟର ସମସ୍ୟା ନେଇ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ହେଁ କିଛି ସୁଫଳ ମିଳିନଥିବା ଜଣାଇଛନ୍ତି ସହକାରୀ ଶିକ୍ଷକ ।ତେବେ ବିଦ୍ୟାଳୟର ସମସ୍ୟାକୁ ନେଇ ସରକାର ୟାସ୍ ଫଣ୍ଡରୁ ଦୁଇଲକ୍ଷ ଟଙ୍କା ଓ ପଞ୍ଚାୟତରୁ ଏକଲକ୍ଷ ଟଙ୍କା ଅନୁଦାନ ମିଳିଥିବା ବେଳେ ଏତିକି ଟଙ୍କାରେ ସ୍କୁଲଘର ନିର୍ମାଣ ସମ୍ଭବ ହୋଇପାରୁନି ବୋଲି ସରପଞ୍ଚ ବିଣାପାଣୀ ସାହୁ କହିଛନ୍ତି । ତେବେ ଏଭଳି ବିପଦସଙ୍କୁଳ ଅବସ୍ଥାରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ସମସ୍ୟା କେତେ ଶୀଘ୍ର ସରକାର ଦୂର କରିପାରୁଛନ୍ତି ତାହା ଦେଖିବାକୁ ବାକିରହିଲା ।

new life
You might also like
error: Content is protected !!