News
WhatsApp Image 2023-10-04 at 17.25.00
samparksetu

ପୁଣି ଢେଙ୍କାନାଳରେ ଲଜ୍ଜ୍ୟା , ୫ ବର୍ଷର ଦିବ୍ୟାଙ୍ଗ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ପୁଣି ଲଜ୍ଜିତ ହେଲା ଢେଙ୍କାନାଳ , ୫ ବର୍ଷର ଦିବ୍ୟାଙ୍ଗ ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବାର ଆସିଲା ଅଭିଯୋଗ । ଜଣେ ୪୫ ବର୍ଷ ବୟସ୍କ ଯୁବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅଞ୍ଚଳରେ ।

ସୂଚନା ଅନୁଯାୟୀ , ଗତ ୫ ଏପ୍ରିଲ ରେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅଞ୍ଚଳର ଜନୈକ ମହିଳା ନିଜ ୫ ବର୍ଷ ୩ ମାସର ଦିବ୍ୟାଙ୍ଗ ଶିଶୁ କନ୍ୟାକୁ ଘରେ ଶୁଆଇ ଦେଇ ନିକଟ ନଳକୂଅକୁ ପାଣି ପାଇଁ ଯାଇଥିଲେ । ଫେରିବା ବେଳକୁ ଦେଖିଲେ ସେହି ଗ୍ରାମର ୪୫ ବର୍ଷ ବୟସ୍କ ବାବୁଲା ବିନ୍ଧାଣୀ ଶିଶୁ କନ୍ୟା ସହ ଦୁଷ୍କର୍ମ କରୁଛନ୍ତି । ପରେ ବାବୁଲା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା , ଜନୈକ ମହିଳା ଶିଶୁ କନ୍ୟାକୁ ଧରି ସୁରପ୍ରତାପପୁର ଫାଣ୍ଡିର ଦ୍ବାରସ୍ଥ ହୋଇଥିଲେ । ପୀଡିତା ଶିଶୁ ଦିବ୍ୟାଙ୍ଗ ହୋଇଥିବାରୁ ପୋଲିସ ଆଗରେ କିଛି କହିପାରୁ ନାହାନ୍ତି । ଶିଶୁ କନ୍ୟାର ଡାକ୍ତରୀ ମାଇନା ପରେ କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ ଏହାର ତଦନ୍ତ ଆରମ୍ଭ କରିଛନ୍ତି ।

new life
You might also like
error: Content is protected !!