ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଠାରୁ ଶହେ ମିଟର ଦୂରରେ ଟିପିଲେଇ ହାଟ ପୋଖରୀ ରେ ପଡି ବାଳକର ମୃତ୍ୟୁ ଘଟିଛି । ଖବର ନେବାରେ ଜଣାଯାଇଛି ଯେ ରମାକାନ୍ତ ନାୟକ ଙ୍କ ୨ ପୁଅ ମଧ୍ୟରୁ ସାନ ପୁଅ ଋଷିକେଶ (୬) ଗତକ।ଲି ଦିନ ଚାରି ଟା ବେଳେ ଘରୁ ବଡ଼ ଭାଇ ସାଥିରେ ଖେଳିବାକୁ ଯାଇଥିଲା ।
ଖେଳିବା ସମୟରେ ଖେଳ ପଡିଆ ନିକଟରେ ଥିବା ପୋଖରୀ ରେ ବୁଡ଼ି ଯାଇ ତାଙ୍କର ମୃତ୍ୟୁ ଘଟିଥିବାର ଜଣା ପଡ଼ିଛି । ସଂନ୍ଧ୍ୟ। ପ୍ରାୟ ୯ଟା ବେଳକୁ ବହୁ ଖୋଜାଖୋଜି କରି ପାଇଥିଲେ ପୋଖରୀରୁ ମୃତଦେହ ଉଦ୍ଧାର ହୋଇଥିଲା ।