News
WhatsApp Image 2023-10-04 at 17.25.00
samparksetu

ପୂର୍ତ୍ତ ବିଭାଗ ଚେକ ଡ୍ୟାମ ଭାଙ୍ଗିଲେ ମହିଳା

ଓଡ଼ିଶା ସରକାର ଙ୍କ ପୂର୍ତ୍ତ ବିଭାଗ ର ଭୁଲ ନିଷ୍ପତ୍ତି ହେତୁ ଦୀର୍ଘ ବର୍ଷ ଧରି ମଇଳା ପାଣି ରେ ଘାଣ୍ଟି ହେଉଥିବା ମହୁଲପାଳ ର ମହିଳା ମାନେ ଏକଜୁଟ ହୋଇ ପୂର୍ତ୍ତ ମନ୍ତ୍ରୀ ଙ୍କ ଦ୍ୱାରା ନିର୍ମିତ ହୋଇଥିବା ଚେକ ଡ୍ୟାମ କୁ ହାମରରେ ପିଟି ଭାଙ୍ଗିଛନ୍ତି ଗ୍ରାମବାସୀ । ଆଗାମୀ ଦିନରେ ପୂର୍ତ୍ତ ବିଭାଗ ପକ୍ଷରୁ ଯଦି ଏହାକୁ ମେସିନ ଦ୍ୱାରା ଭଙ୍ଗା ନଯାଏ ତେବେ ଗ୍ରାମବାସୀ ଙ୍କ ଦ୍ୱାରା ଏହାକୁ ଭାଙ୍ଗି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ସୂଚନା ଅନୁଯାୟୀ ଭୁବନ ମହୁଲପାଳ ଗ୍ରାମ ପଂଚାୟତ ର ମହୁଲପାଳ ଗ୍ରାମର ବାସିନ୍ଦା ମାନେ ସ୍ୱାଧୀନତା ପୂର୍ବରୁ ଏହି ଚିରସ୍ରୋତା ପାଣ୍ଡରା ନାଳ ରୁ ପାନୀୟ ଜଳ ବ୍ୟବହାର କରିଥାନ୍ତି । ଚଳିତ ବର୍ଷ ଘରକୁ ନାଳ ପାଣି ନୁହେଁ ନଳ ପାଣି ଯୋଗାଇ ଦେବା ପାଇଁ ମେଗା ଜଳ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁଛି | ତଥାପି ଲୋକ ଙ୍କ ର ନଳ ପାଣି ନୁହେଁ ନାଳ ପାଣି ଆମକୁ ଦରକାର କହି ସରକାର ଙ୍କ ପାଣି ଯୋଜନା କୁ ପାଣିରେ ଭସାଇ ଦେବାକୁ ଅଣ୍ଟା ଭଡ଼ିଛନ୍ତି ।

ପୂର୍ତ୍ତ ବିଭାଗ ପୋଲ ତଳେ ଚେକ ଡ୍ୟାମ ତିଆରି କରିଥିଲେ ପୂର୍ତ୍ତ ମନ୍ତ୍ରୀ, ଯାହା ଫଳରେ ପାଣ୍ଡରା ନାଳର ପାଣିକୁ ରୋକଯାଇ ସମସ୍ତ କାର୍ଯ୍ୟରେ ଲଗାଯାଇ ପାରିବ । କିନ୍ତୁ ଗ୍ରାମବାସୀ ଏହାକୁ ନିର୍ମାଣ ସମୟରୁ ବିରୋଧ କରୁଥିଲେ ।
ପ୍ରତିଶୃତି ଦେଇଥିଲେ କି, ଲୋକ ଙ୍କ ର ଅସୁବିଧା ହୁଏ ତେବେ ବିଭାଗ ପକ୍ଷରୁ ଭାଙ୍ଗି ଦିଆଯିବ ।

ମହୁଲପାଳ ଲୋକ ଙ୍କ କହିବା ଅନୁଯାୟୀ ଚେକ ଡ୍ୟାମ ଯୋଗୁ ନାଳ ପାଣି ସିନା ଅଟକି ରହିଲା ,କିନ୍ତୁ ଭୁବନ ଅଞ୍ଚଳ ରୁ ଆସୁଥିବା ମଇଳା ପାଣି ବର୍ଜ୍ୟ ବସ୍ତୁ ଏହି ଡ୍ୟାମ ରେ ଅଟକି ରହି ଦୁର୍ଗନ୍ଧ ହେଲା । ଫଳରେ ହଜାର ହାଜର ପରିବାର ରୋଷେଇ ପାଇଁ ଶୁଦ୍ଧ ପାଣି ଟୋପାଏ ପାଇଲେ ନାହିଁ । ଫଳରେ ତାତିଲେ ମହିଳା , ହାମର ଧରି ଭାଙ୍ଗିଲେ ଚେକ ଡ୍ୟାମ କୁ ଭାଙ୍ଗିଲେ ,ଆଉ ସରକାର ଙ୍କୁ ଚେତାଇ ଦେଲେ ତୁମ କାମ ତୁମେ ନକଲେ ଆମେ କରି ଦେଖାଇଦେବୁ ।

new life
You might also like
error: Content is protected !!