News
WhatsApp Image 2023-10-04 at 17.25.00
samparksetu

ଭୂଷଳ ତଳ ସାହି ରାସ୍ତା ଶୋଚନୀୟ

ଭୂଷଳ ଗ୍ରାମର ଅବସ୍ଥା ସୋଚନୀୟ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ସଠିକ ସଡ଼କ ଯୋଗାଇବାକୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରୁଥିବା ବେଳେ ପଞ୍ଚାୟତ ସ୍ତରୀୟ ଜନ ପ୍ରତିନିଧି ଙ୍କ ଅପାରଗତା ଯୋଗୁ ଏହି ରାସ୍ତାଟି ଦୀର୍ଘ ବର୍ଷ ହେଲା ଖାଲ ଖାମ ହୋଇ ପଡ଼ିରହିଛି ।

ଏହି ରାସ୍ତା ଟି ଭୂଷଳ ପଂଚାୟତ ଦ୍ୱାରା ନିର୍ମିତ ଝରଣେଶ୍ୱର ଗ୍ରାମୀଣ ଉଦ୍ୟାନ କୁ ମୁଖ୍ୟ ରାସ୍ତା ଅଟେ ,ଏହି ରାସ୍ତା ରେ ବର୍ଷା ଜଳ ଅଧିକ ମାତ୍ର ରେ ପ୍ରବାହିତ ହେଇଥାଏ । ବର୍ଷା ଜଳ ନିଷ୍କାସନ ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଅସ୍ଥାୟୀ ନାଳ ତିଆରି କରାଯାଇଛି । କିନ୍ତୁ ଏହି ନାଳ ବର୍ଷେ ନପୂରୁଣୁ ପୋତା ପଡିଯାଇଛି ।

ଫଳରେ ପୂର୍ବବତ ବର୍ଷା ପାଣି ରାସ୍ତା ରେ ଯାଇ ଘାଇ ସୃଷ୍ଟି କରୁଛି । ଗ୍ରାମୀଣ ପାର୍କ କୁ ଯାତାୟତ ରେ ବାଧା ସୃଷ୍ଟି ହେଉଛି । ଏନେଇ ଭୂଷଳ ଗ୍ରାମବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀ ଙ୍କୁ ଦାବି ଆପତ୍ତି ଅଭିଯୋଗ କଲେ ବ କୌଣସି ସୁଫଳ ମିଳୁନାହିଁ , ବିଶେଷ କରି ବର୍ଷା ଋତୁ ରେ ଲୋକଙ୍କ ଦୁର୍ଦଷା ୨ ଗୁଣିତ ହେଉଛି ।

new life
You might also like
error: Content is protected !!