ଢେଙ୍କାନାଳ-କପିଳାସ ରୋଡ ବିରାଡିଆ ନିକଟରେ ଦୁଇ ବାଇକ ମଧ୍ୟରେ ମୁହଁ।ମୁହିଁ ଧକ୍କା ହେବା ଫଳରେ ଜଣେ ପୋଲିସ କର୍ମଚାରୀ ଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ କାମାକ୍ଷାନଗର ଥାନାରେ କାର୍ଯ୍ୟରତ ହାବିଲଦାର ବିପିନ ବିହାରୀ କର।
ସୂଚନା ଅନୁଯାୟୀ , ଗଁଦିଆ ଥାନା ଅନ୍ନପୁର ଗାଁର ବିପିନ ଆଜି ଢେଙ୍କାନାଳ ଜିଲ୍ଲା କୋର୍ଟରେ ସାକ୍ଷୀ ଦେଇ ଗାଁକୁ ଯିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ଧକ୍କା ହୋଇଥିଲେ । ଏହି ଦୁର୍ଘଟଣା ରେ ଅନ୍ୟ ବାଇକ ରେ ଥିବା ଦୁଇ ଆହତଙ୍କ ମଧ୍ୟରେ ଜଣେ ଯୁବକ ଓ ଯୁବତୀ ଥିବା ଜଣାପଡିଛି।ସେମାନେ ପରଜଙ୍ଗ ଅଞ୍ଚଳର ହୋଇଥିବା ବେଳେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।
ଅନ୍ୟପଟେ ମୃତ ପୋଲିସ କର୍ମଚାରୀଙ୍କୁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସହ ୧୦ହଜାର ସହାୟତା ରାଶି ପ୍ରଦାନ କରାଯାଇଛି ।