News
WhatsApp Image 2023-10-04 at 17.25.00
samparksetu

ଦୂଷିତ ଢେଙ୍କାନାଳ ର ଲାଇଫ ଲାଇନ କୁହାଯାଉଥିବା ବ୍ରାହ୍ମଣୀ ; ଭାସୁଛି ମେଞ୍ଚା ମେଞ୍ଚା ଫେଣ

ଢେଙ୍କାନାଳ ଜିଲ୍ଲା ଦେଇ ପ୍ରବାହିତ ହେଉଛି ପୂଣ୍ୟତୋୟା ବ୍ରାହ୍ମଣୀ ନଦୀ । ମଙ୍ଗଳବାର ଦିନ ବ୍ରାହ୍ମଣୀ ନଦୀରେମେଞ୍ଚା ମେଞ୍ଚା ଫେଣ ଭାସୁଥିବାର ଦେଖିବାକୁ ମିଳିଥିଲା । ନଦୀ କୂଳରେ ରହୁଥିବା ଶହ ଶହଗ୍ରାମ ବାସୀଙ୍କ ସହିତ ଗୃହପାଳିତ ପଶୁ ମାନେ ଏହି ଫେଣ ଯୁକ୍ତ ପାଣି ପିଇବା ଦ୍ୱାରା ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି ।

ଶଙ୍ଖ ଏବଂ କୋଏଲ ନଦୀର ସମ୍ମିଶ୍ରଣରେ ବ୍ରାହ୍ମଣୀ ନଦୀ ହୋଇଛି । ଓଡିଶାକୁ ପ୍ରବେଶ କରିବା ପରେ ବ୍ରାହ୍ମଣୀ ନଦୀ ଉପରେ ପାନୀୟ ଜଳ ପାଇଁ ୩୪ଟି ସହର ନିର୍ଭର କରୁଛି ।

ଏହା ସହିତ ୧୩୪ଟି ବଡବଡ ଶିଳ୍ପ ସଂସ୍ଥା ସହିତ ,କୂଳରେ
ରହୁଥିବା ଶହ ଶହ ଗ୍ରାମବାସୀ ବ୍ରା ହ୍ମଣୀ ନଦୀ ଉପରେ ନିର୍ଭର କରୁଛନ୍ତି । ସେହିପରି ହଜାର ହଜାର ଗୃହପାଳିତ ପଶୁ ମଧ୍ୟ ନଦୀ ଉପରେ ନିର୍ଭର ଶୀଳ ।

ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ୧୧ଟି ଏବଂ ଅନୁଗୁଳର ୧୭ଟି ଶିଳ୍ପ ସଂସ୍ଥା ସହିତ କୋଇଲା ଖଣିମାନ ନଦୀ ଉପରେ ନିର୍ଭରଶୀଳ ।ଢେଙ୍କାନାଳ ଜିଲ୍ଲାର ଏନଟିପିସି ଗଜମରା,ଲାନକୋ ବାବନ୍ଧ,ନିମିଧାର ଏମଜିଏମ,ନବଭାରତ ପାୱାର,ଜିଏମଆର,ସେସକ୍‌ପାୱାର ନେଉଳପୋଇ,ଭୁଷଣ ବା ଟାଟାବିଏସଏଲ,ବିଆରଜି ଆଇରନ ଆଣ୍ଡ ଷ୍ଟିଲ,ନବଭାରତ ,ନର୍ଭେରାମ,ସହିତ ଅନେକ ଶିଳ୍ପ ସଂସ୍ଥା ରିଲିଆନସ କାରଖାନା ଏହି ନଦୀର ପାଣିକୁ ବ୍ୟବହାର କରୁଛନ୍ତି ।

ଏହି ନଦୀ ଉପରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ୨୮ରୁ ଉର୍ଦ୍ଧ୍ବ ଶଳ୍ପି ସଂସ୍ଥା ନିର୍ଭର କରୁଥିବାବେଳ ଅନୁଗୁଳ ତାଳଚେର,ଢେଙ୍କାନାଳକୁ ପାନୀୟ ଜଳ ଯୋଗାଇ ଦିଆଯାଇଥାଏ । ସେହପରି ରେଙ୍ଗାଳୀ କେନାଲ ସାହାଯ୍ୟରେ ଜମିକୁ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି । ଉଭୟ ବାମ ଏବଂ ଦକ୍ଷିଣ କେନାଲ ରହିଥିବା ବେଳେ ବର୍ଷ ତମାମ କେନାଲରେ ଥରେ ପାଣି ଯୋଗାଇ ଦିଆଯାଉଛି । ସେହିପରି ଶିଳ୍ପ ସଂସ୍ଥା ଗୁଡିକ ନଦୀଜଳକୁ ବ୍ୟବହାର କରିବା ସହିତ ଆବର୍ଜନା ମିଶା ଜଳକୁ ନଦୀରେ ନିଷ୍କାସିତ କରୁଥିବାର ଅଭିଯୋଗ ହେଉଛି ।

ଫଳରେ ନଦୀପାଣି ଜହର ପାଲଟିବାରେ ଲାଗିଛି । ନଦୀରେ ଜଳ ବିଷାକ୍ତ ଯୋଗୁ ଜଳଜୀବ ମାନେ ବଂଶ ବିସ୍ତାର କରିବା ଦୂରର କଥା ମାଛ ବଂଶ ବିଲୋପପାଇଗଲେଣି । ମଙ୍ଗଳବାର ଦିନ ବ୍ରାହ୍ମଣୀ ନଦୀ ଜଳରେ ମେଞ୍ଚା ମେଞ୍ଚା ଫେଣ ଭାସୁଥିବାର ଦେଖିବାକୁ ମିଳିଥିଲା ।

ଢେଙ୍କାନାଳ ସହରକୁ ଏହି ପାଣି ଯୋଗାଇ ଦିଆଯାଉଥିବା
ବେଳେ ନଦୀ କୂଳରେ ଥିବା ଲୋକ ମାନେ ଗାଧୋଇବା ସହିତ ପାନୀୟ ଜଳ ଭାବରେ ବ୍ୟବହାର କରିଥାନ୍ତି । ଏଭଳି ପାଣିକୁ
ଦେଖି ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି । ବ୍ରାହ୍ମଣୀ ନଦୀ ଜଳ ବିଷ ପାଲଟିଥିବା ବେଳେ ଏବେ ପାଣି ପାଇଁ ଆଗକୁ
ସଙ୍କଟ ବୃଦ୍ଧିହେବ ବୋଲି ଆଲୋଚନା ହେଇଛି । ଏହି ଫେଣ କେଉଁଠାରୁ ଆସିଲା ଏହାର ତଦନ୍ତ ସହିତ ପଦକ୍ଷେପ ନେବାକୁ
ପରିବେଶବିତ ମାନେ ଦାବୀ କରିଛନ୍ତି ।

new life
You might also like
error: Content is protected !!