News
WhatsApp Image 2023-10-04 at 17.25.00
samparksetu

୭୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଢେଙ୍କାନାଳରେ ବଡ ଧରଣର ବ୍ରାଉନସୁଗାର ଜବତ।ଦୁଇଟି ସ୍ଥାନରେ ରେଡ ରେ ୭୧୧ ଗ୍ରାମ ବ୍ରାଉନସୁଗାର ଜବତ।ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ତାରିଣୀନଗରରୁ ୬୮୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଭୁବନ ଗଁପୁର ବାଜିରାଉତ ମେମୋରିଆଲ କଲେଜ ନିକଟରୁ ୨୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି।

ଦୁଇ ଅଭିଯୁକ୍ତ ରଞ୍ଜିତ ରାଉତ ଓରଫ କାଳିଆ ଏବଂ ପ୍ରଶାନ୍ତ ବେହେରା ଗିରଫ। ଟାଉନ ଥାନା ଅନ୍ତର୍ଗତ ତାରିଣୀ ନଗର ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟ କରୁଥିବା ରଞ୍ଜିତ ରାଉତ ଠାରୁ ଅଢେଇ ଲକ୍ଷ ଟଙ୍କା ଓ ଏକ ବୁଲେଟ ଜବତ କରାଯାଇଛି।

ଭୁବନ ଅଞ୍ଚଳର ବେପାରୀ ପ୍ରଶାନ୍ତ ବେହେରା ପ୍ରଶାନ୍ତ ଭଦ୍ରକର ନରିପୁର ଅଞ୍ଚଳର ବ୍ରାଉନସୁଗାର ବେପାରୀ ବୋଲି ଜଣାପଡିଛି।ମୋଟ ୭୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି।ଅବକାରୀ ବିଭାଗର କଟକ ଓ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା।ଏନେଇ ଅଧିକ ତଦନ୍ତ ଜାରି ରହିଛି।

new life
You might also like
error: Content is protected !!