News
WhatsApp Image 2023-10-04 at 17.25.00
samparksetu

ବ୍ରାହ୍ମଣୀ ରେ ଫସିଗଲେ ୨ ମହିଳା ଓ ୨ ଯୁବତୀ !

ବ୍ରାହ୍ମଣୀ ନଦୀ ଜଳ ସ୍ତର ହଠାତ୍ ବଢିଯିବାରୁ କାମାକ୍ଷାନଗର ବ୍ଲକ ବୁଢିବିଲି ପଞ୍ଚାୟତ ବୁଢିବିଲି ଗାଁରେ ୨ ମହିଳା ଓ ୨ ଯୁବତୀ ଫସି ରହିଥିଲେ । ଗ୍ରାମବାସୀ ତାଙ୍କୁ ରଶି ଓ ଟ୍ୟୁ ସାହାର୍ଯ୍ୟରେ ଉଦ୍ଧାର କରିଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଛି ।

ସୂଚନା ଅନୁଯାୟୀ, ବୁଢିବିଲି ଗାଁ ବ୍ରାହ୍ମଣୀ ନଦୀ କୂଳରେ ରହିଛି । ନଦୀ ଅରପାଶ୍ୱର୍କୁ ଶୌଚ ହେବା ପାଇଁ ଲୋକେ ଯାଇଥାନ୍ତି । ଆଜି ଅପରାହ୍ନ ପ୍ରାୟ ସାଢେ ୫ଟା ବେଳେ ଗାଁର ଦୁଇ ମହିଳା ଓ ସେମାନଙ୍କର ୧୦ରୁ ୧୨ ବର୍ଷର ଦୁଇ ଝିଅ ଶୌଚ ହେବାକୁ ନଦୀ ଆର ପାଶ୍ୱର୍କୁ ଯାଇଥିଲେ । ସେତବେଳେ ଜଳ ସ୍ତର ଆଣ୍ଠୁଏ ଭଳି ରହିଥିଲା । ମାତ୍ର ହଠାତ୍ ନଦୀରେ ଜଳ ସ୍ତର ବଢିଯିବାରୁ ସେମାନେ ଆସି ପାରିନଥିଲେ । ଉଦ୍ଧାର ପାଇଁ ଚିତ୍କାର କରିଥିଲେ । ଗାଁର ବିଜୟ କୁମାର ବାରିକ ସେମାନଙ୍କ ଡାକ ଶୁଣି ଗାଁ ଲୋକଙ୍କୁ ଖବର ଦେଇଥିଲେ ।

ରାତି ହୋଇ ଯାଇଥିବାରୁ ଉଦ୍ଧାର କରିବା କଷ୍ଟକର ହୋଇପଡିଥିଲା । ଅଗ୍ନିଶମକୁ ଖବର ଦିଆଯାଇଥିଲେ ସୁଧା ବିଳମ୍ବ ହେବାରୁ ,ଗାଁର ସୁଧାକର ବେହେରା, ଅଭୟ ହେବେରା, କାଳନ୍ଦିଚରଣ ବେହେରା ରସି ଓ ଟ୍ୟୁ ସହାୟତାରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଖବର ପାଇ କାମାକ୍ଷାନଗର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ସମେତ ବ୍ଲକ ଅଧ୍ୟକ, ସରପଞ୍ଚ ପ୍ରମୁଖ ପହଞ୍ଚି ବୁଝାସୁଝା କରିବା ସହ ନଦୀ ଆରପାର୍ଶ୍ୱକୁ ନଯିବା ପାଇଁ ବୁଝାଇଥିଲେ ।

new life
You might also like
error: Content is protected !!