News
WhatsApp Image 2023-10-04 at 17.25.00
samparksetu

ଛକିଲୋ ଦକ୍ଷିଣକାଳୀ ଯୁବ କ୍ଳବ ପକ୍ଷରୁ ଲକ୍ଷ୍ମୀପୂଜା ଶୁଭ ମାଟି ଅନୁକୂଳ

ଢେଙ୍କାନାଳର ଗଣପର୍ବ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଆସନ୍ତା ଅକ୍ଟୋବର ୨୮ ତାରିଖରୁ ଆରମ୍ଭ ହେବ। ଏହି ପୂଜା ଗାଁରୁ ସହର ସବୁଠି ଧୁମଧାମରେ ପାଳିତ ହୋଇଥାଏ । ଏଥି ପାଇଁ ଢେଙ୍କାନାଳ ସଦର ବ୍ଳକ କାକୁଡି ଭାଗ ଗ୍ରାମପଞ୍ଚାୟତର ଛକିଲୋ ଗ୍ରାମରେ ଶୁଭ ମାଟି ଅନୁକୂଳ ଉତ୍ସବ ପାଳନ କରାଯାଇଛି ।

ଗ୍ରାମର ସମସ୍ତେ ଏକତ୍ରିତ ହୋଇ ସଂକୀର୍ତନ ମଣ୍ଡଳୀଙ୍କ ହରିନାମ ସଂକୀର୍ତନରେ ଏକ ଶୋଭାଯାତ୍ରାରେ ଯାଇ ଗ୍ରାମ ନିକଟରେ ଥିବା ପୁଷ୍କରିଣୀଠାରେ ପହଞ୍ଚି ବିଭିନ୍ନ ରିତିନୀତିର ସହିତ ପୂଜା ପାଠ କରି ଶୁଭ ମାଟି ଅନୁକୂଳ କରିଥିଲେ । ଆଗରୁ ଏହି ପୂଜାକୁ ପ୍ରଥମେ ଗ୍ରାମର କିଛି ଯୁବକମାନେ ନିଜେ ମାଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ କରି ପୂଜା କରିଆସୁଥିଲେ। ଏହା ମଧ୍ୟରେ ଅନେକ ବର୍ଷ ବିତି ଯାଇଛି, ଚଳିତ ବର୍ଷରୁ ପ୍ରଥମଥର ମାଟି ଅନୁକୂଳ କରି ପୂଜା କରାଯାଇଛି। ଚଳିତବର୍ଷ ବି କ୍ଳବ ପିଲାମାନେ ନିଜେ ମୁର୍ତ୍ତି ତିଆରି କରୁଛନ୍ତି ବୋଲି ସୂଚନା ଦେଇଛନ୍ତି। ଛକିଲୋ ଦକ୍ଷିଣକାଳୀ ଯୁବ କ୍ଲବର ସଭାପତି କାମାକ୍ଷା ସାହୁ, ସଂପାଦକ ବାପୁଜୀ ସାହୁ, କୋଷାଧ୍ୟକ୍ଷ ପିଣ୍ଟୁ ସାହୁ, ଉପସଭାପତି ପଦ୍ମିନ ରାଉତ, ଗଣିଆ,ଲିଲୁ, ସଂଜୟ, ଚିଣ୍ଟୁ,ମୃଷି, ମୁନା,ପିଙ୍କୁ, ରାଜୁ, ସୁନିଲ,କାହ୍ନୁଆ ପ୍ରମୁଖ ସହଯୋଗରେ ଏହି ପୂଜାକାର୍ଯ୍ୟ ଅନୁଷ୍ଠିତ ହେଉଥିବା ବେଳେ କର୍ତ୍ତାଭାବେ ବିଜୟ ସାହୁଙ୍କ ଦ୍ଵାରା ଶୁଭ ମାଟି ଅନୁକୂଳ କରାଯାଇଛି ।

new life
You might also like
error: Content is protected !!