ଆମ ଗାଁ ଚାଷୀଭାଇ ବଡ ସାହସୀ
ଚାଷ କରୁଥାଏ ହସି,
ତାହାର ହସରେ ଦୁନିଆ ହସନ୍ତି
ସଭିଙ୍କ ମୁଖରେ ଖୁସି ।
ଅଦିନିଆ ବନ୍ୟା ଝଡ଼ ଓଜାଡ଼ି ଦିଏ
ଚାଷୀର ଭାଈର ଚାଷ,
ଖରା ବରଷାକୁ ଖାତର ନକରି
ଖଟୁ ଥାଏ ବାରମାସ ।
ସଞ୍ଜରୁ ସକାଳ ସକାଳରୁ ସଞ୍ଜ
ନିତି କରୁଥାଏ ଚାଷ,
ଲାଭ କ୍ଷତି କିଛି ଫରକ ପଡେନି
ମିଳୁ ପଛେ ଉପହାସ ।
ଚାଷୀର ଚାଷରେ ସଭିଏଁ ବଞ୍ଚନ୍ତି
ଖାଇଥାନ୍ତି ନୀତି ଭାତ,
ତଥାବି ଚାଷୀଙ୍କୁ କେହି ନ ଚିହ୍ନନ୍ତି
ରହେନା ତାର ମହତ।
ଚାଷୀ ହସିଲେ ଦୁନିଆ ହସିବ
ହସିବ ସାରା ଜଗତ,
ମିଳିମିଶି ସଭିଏଁ ଶପଥ ନେବା
ରଖିବା ଚାଷୀର ମହତ ।
✍️ଶାନ୍ତନୁ କୁମାର ସାହୁ