News
WhatsApp Image 2023-10-04 at 17.25.00
samparksetu

ପିସିସି କ୍ରିକେଟ କପ୍ ଉଦଯାପିତ ,ବାଘଧରିଆ ଏକାଦଶ ଚମ୍ପିୟାନ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ତ ଚିତ୍ତଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହାଇସ୍କୁଲ ନିକଟସ୍ଥ ପିସିସି ପଡିଆରେ ୮ଦିନ ବ୍ୟାପି ଚାଲିଥିବା ପିସିସି କ୍ରିକେଟ କପ୍ ବୁଧବାର ଉଦଯାପିତ ହୋଇଯାଇଛି ।

ବୁଧବାର ୨୦ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚରେ ବାଘଧରିଆ ଏକାଦଶ ଓ ନନ୍ଦପୁର ଏକାଦଶ ପରସ୍ପରକୁ ଭେଟିଥିବା ସମୟରେ ଟସ୍ ଜିଣି ବାଘଧରିଆ ଏକାଦଶ ନିର୍ଦ୍ଧାରିତ ଓଭରରେ ୬ ଓ୍ୱିକେଟ ହରାଇ ୧୯୩ ରନ ସଂଗ୍ରହ କରିଥିଲା ଜବାବ୍ ରେ ନନ୍ଦପୁର ଏକାଦଶ ଆରମ୍ଭରୁ ସୁନ୍ଦର ଇନିସ୍ ଆରମ୍ଭ କରିଥିବା ସମୟରେ ୯ମ ଓଭରରେ ଦଳର ଗୋଟିଏ ମୁଲ୍ୟବାନ୍ ଓ୍ୱିକେଟ କ୍ୟାଚ ଆଉଟ ହେବାରେ ଅସନ୍ତୋଷ ବ୍ୟକ୍ତ କରି ଅଧାରୁ ଖେଳ ବର୍ଜନ କରିଥିଲେ ।

ନିୟମାନୁଯାଇ ଉକ୍ତ ମ୍ୟାଚରେ ବାଘଧରିଆ ଏକାଦଶକୁ ମ୍ୟାଚ ବିଜୟୀ ସହ ଚମ୍ପିୟାନ ଘୋଷିତ କରାଯାଇଥିଲା । ଦୀପକ ପଣ୍ତା ଓ ଟିକନ ପତି ମ୍ୟାଚ ପରିଚାଳନା ଏବଂ ଲୁଲୁ ପାଳ ,ପ୍ରତାପ ବିଶ୍ୱାଳ ଓ ଅକ୍ଷୟ ପାଳ ମିଳିତ ଭାବେ ଧାରାବିବରଣି ପ୍ରଦାନ କରିଥିଲେ , ସ୍କୋରର ଭାବେ ରିଙ୍କୁ ସାହୁ , ସୁର୍ଯ୍ୟକାନ୍ତ ପତି , ରାଜକିଶୋର ପାଳ ଦାୟିତ୍ୱ ସଂପର୍ଣ୍ଣ କରିଥିଲେ ।

ଏଥି ନିମନ୍ତେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବରେ ଚିତ୍ତଳପୁର ପଞ୍ଚାୟତ ସରପଞ୍ଚ ମାମିନା ସେଠି ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସୁଶାନ୍ତ ପତି , ପୂର୍ବତନ କ୍ରିକେଟର ପ୍ରଦୀପ ପତି , ମନୋରଞ୍ଜନ ପାଳ ଯୋଗଦେଇ କ୍ରିଡାରେ ଭାଇଚାରାକୁ ପ୍ରାଧାନ୍ୟ ଦେଇ ନିଜ ନିଜର ପ୍ରତିଭାକୁ ବିକଶିତ କରି ଦେଶକୁ ଗୌରବାନିତ୍ୱ କରିବାକୁ ଅହ୍ୱାନ ଜଣାଇଥିଲେ , ଏହି ଅବସର ରେ ଅତିଥି ମାନଙ୍କ ଦ୍ୱାରା ବାଘଧରିଆ ଏକାଦଶକୁ ଚମ୍ପିୟାନ ଟ୍ରଫି ପ୍ରଦାନ କରାଯାଇଥିଲା । ଉକ୍ତ ଟୁର୍ଣ୍ଣାମେଟରେ ପିସିସି କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ ।

new life
You might also like
error: Content is protected !!