ଢେଙ୍କାନାଳ ଜିଲ୍ଲାରେ ବେଆଇନ ସିମ କାରବାର ନେଇ କ୍ରାଇମବ୍ରାଞ୍ଚ ଏବଂ ସାଇବର ପୋଲିସ ଚଢାଉ କରି ଜଣେ ବ୍ୟବସାୟୀଙ୍କୁ ଗିରଫ କରିଥିବାର ଜଣାପଡିଚି । ଟାଉନ ଥାନା ଅନ୍ତର୍ଗତ ଟାଉନ ପ୍ଲାନିଂ ଅଞ୍ଚଳରେ ରହୁଥିବା ସିଲୁ ଦାଶ ଦୀର୍ଘ ୮ ବର୍ଷ ହେବ ଏକ ବ୍ୟବସାୟ ପ୍ରତିଷ୍ଠାନ କରି ବିଭିନ୍ନ ପ୍ରକାର ସିମ ସହିତ ବିଏସଏନଏଲ ସିମ କାରବାର କରୁଥିଲେ ।
ଏହା ସହିତ ସେ ବିଏସଏନଏଲ ସିମର ନକଲି ସିମ ବିକ୍ରୟ
କରୁଥିଲେ । ଏହି ସିମ ବ୍ୟବହାର କରି ବହୁ ଅପରାଧ ଘଟାଯାଉଥିବା ସାଇବର ପୋଲିସ ଅଭିଯୋଗ ପାଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି କ୍ରାଇମବ୍ରାଞ୍ଚ , ସାଇବର ପୋଲିସ ସହିତ ଟାଉନ ପୋଲିସ ଟାଉନ ପ୍ଲାନିଂ ରେ ଥିବା ତାଙ୍କ ଘରେ ଚଢାଉ କରିବା ସହିତ ଦୋକାନରେ ମଧ୍ୟ ଚଢାଉ କରିଥିଲା ।