News
WhatsApp Image 2023-10-04 at 17.25.00
samparksetu

ଦାଣ୍ଡିମାଳରେ ଚୋରଙ୍କ ଦୌରାତ୍ମ ; ଚେକଡ୍ୟାମ କବାଟ ବି ଗାଏବ,ପୋଲିସ ନିରବ ଦ୍ରଷ୍ଟା

ଢେଙ୍କାନାଳ ସଦର ଥାନା ଝାରଗାଡିଆ ଫାଣ୍ଡି ଅନ୍ତଗର୍ତ ଦାଣ୍ଡିମାଳ ଅଞ୍ଚଳରେ ଦୀର୍ଘ ଦିନ ହେବ ଚୋରୀ ବୃଦ୍ଧି ପ।ଇବାରେ ଲାଗିଛି ।

ସଦରଥାନା ଅନ୍ତର୍ଗତପ ପଞ୍ଚୁପଟି ମୁଳିସିଂହ, ଅଙ୍କରାନ୍ତିପୁର ସିମିନଈ,ନିଳାମ୍ବରପରୁ , ମହେନ୍ଦ୍ରପୁର ,ସାଇଁବିରି, ଗଦାଶିଳା, ଚାଇଁପରୁ ,ଶଙ୍କର ପ୍ରତାପପରୁ ଗ୍ରାମ ଝାରଗାଡିଆ ଫାଣ୍ଡି ଅଧିନରେ ରହିଛି କିଛି ଦିନ ହେବ ଏହି ଅଞ୍ଚଳରେ ଚୋରୀ ବୃଦ୍ଧି ପାଉଥିଲେ ମଧ୍ୟ ପୋଲିସ ନିରବ ଦ୍ରଷ୍ଟା ସାଜିଛି । କିଛିଦିନ ତଳେ କଲେଜ ନିକଟରେ ଥିବା ଚନ୍ଦ୍ରମଣି ଦଳ ବେହେରାଙ୍କ ଘରୁ ଚୋରୀ ହୋଇଥିବା ବେଳେ ସିମିନଇ ଗ୍ରାମର ପବିତ୍ର ମୋହନ ସାହୁ,ପ୍ରମୋଦ କୁମାର ସାହଙ୍କୁ ଘରୁ ଚୋରୀ ହେବା ସହିତ କଲେଜ ନିକଟରେ ରହୁଥିବା ଶିକ୍ଷୟତ୍ରୀଙ୍କ ଘରୁ ଚୋରୀ ହୋଇଥିବା ବେଳେ ଅଙ୍କରାନ୍ତିପୁର ଆଦର୍ଶ ବିଦ୍ୟାଳୟ ନିକଟରେ ରହୁଥିବା ବ୍ୟକ୍ତିଙ୍କ ଘରୁ ବି ଚୋରୀ ହୋଇଥିଲା ।

ମୂଳାସିଂହ ଗ୍ରାମର ସୁଧାକର ଭଞ୍ଜଙ୍କ ଘରୁ ଚୋରୀ ହୋଇଥିବା ବେଳେ ଗଦାଶିଳା ମା ସନ୍ତୋଷୀ ମେଡିସିନ ଷ୍ଟୋରରୁ ବି ଚୋରୀ ହୋଇଛି ।ସାଇଁବିରି ଗ୍ରାମରେ ଥିବା ପାନୀୟଜଳ ପ୍ରକଳ୍ପରୁ ତାର କାଟିନେଇଥିଲେ । ସେହିପରି ଚୋର ମାନେ ଜମି ନିକଟରେ ହୋଇଥିବା ଜଳସେଚନ ବିଭାଗର ଚେକ ଡ୍ୟାମର ଲୁହ। କବାଟ ସହିତ ଆଙ୍ଗେଲକୁ ବି କାଟି ନେଇଛନ୍ତି ।

ସେହିପରି ଜମି ନିକଟରେ ଯାଇଥବି । ୧୩୨/୩୩ କେଭି ବିଦ୍ୟୁତଲାଇନ ଖମ୍ବରୁ ଆଙ୍ଗେଲ କାଟି ନେଇଥିବାର ଜଣାପଡିଛି।ଦୀର୍ଘ ଦିନ ହେବ ଚୋର ମାନେ ପୋଲସି କୁ ଚକମା ଦେଇ ଏଭଳି ଚୋରୀ କରୁଥିବା ବେଳେ ଚାଇଁପୁର ନିକଟରେ ଥିବା କେତେକ କବାଡି ଦୋକାନ ଯୋଗୁ ଏଭଳି ଚୋରୀ ବଢୁଥିବାର ଜଣାପଡିଛି ।

ଦାଣ୍ଡିମାଳ ଅଞ୍ଚଳରେ ଚୋରା ଦେଶୀ ବିଦେଶୀଶୀ ମଦ ବିକ୍ରୟର ପେଣ୍ଠସ୍ଥଳୀ ପାଲତିଥିବା ବେଳେ ଗଳି କନ୍ଦିରେ ସନ୍ଧ୍ୟା ହେଲେ ଦେଶୀ ମଦ ବିକ୍ରୟ ହେଉଛି । ସେହିପରି ଚୋରା ଡିଜେଲ ଏବଂ କିରୋସିନ ବିକ୍ରୟ ଅବାଧରେ ଚାଲୁଥିବା ବେଳେ ପୋଲସି ସବୁ ଦେଖି ମଧ୍ୟ ନିରବ ଦ୍ରଷ୍ଟା ସାଜିଛି । ଝାରଗାଡିଆ ପୋଲିସ ପ୍ରତିଦନି ଗଦାଶିଳା ଛକ ନିକଟରେ ରହି ପଥର ଟ୍ରକ ଗୁଡିକୁ ନିର୍ବିଘ୍ନରେ ଛାଡୁଥିବା ବେଳେ ଛକ ନିକଟରେ ମଦ ବିକ୍ରି ହେଉଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନଥିବାର ଜଣାପଡିଛି ଫଳରେ ଚୋର ମାନେ ଅଧିକ ସକ୍ରୀୟ ହେବା ସହତି ପୋଲିସ ଉପରେ ସାଧାରଣ ଲୋକଙ୍କର ଭରସା ତୁଟିଯାଇଛି ।

ସାଇଁବିରି ପାତୁଆ ସାହିରେ ଥିବା ବେଆଇନ ମଦ ବିକ୍ରୟକୁ ବନ୍ଦ କରିବାକୁ ଦାବି ହୋଇଥିବା ବେଳେ ଶଙ୍କରପ୍ରତାପ ପରୁ ଗ୍ରାମ ଶେଷରେ ପୋହଳି ନିକଟରେ ଥିବାମଦ ଦୋକାନକୁ ବି ବନ୍ଦ କରିବାକୁ ଦାବି ହୋଇଛି ।

new life
You might also like
error: Content is protected !!