News
WhatsApp Image 2023-10-04 at 17.25.00
samparksetu

ଚୋର ସନ୍ଦେହରେ ରାତିରେ ଘରୁ ଉଠାଇ ନେଇ ପିଟିପିଟି କଲେ ହତ୍ୟା

ଚୋର ସନ୍ଦେହରେ ରାତିରେ ଘରୁ ଉଠାଇ ନେଲେ ,ପରେ କଲେ ହତ୍ୟା। ଢେଙ୍କାନାଳ ସଦର ଥାନା ଡେଙ୍ଗବୋରେଇ ଗ୍ରାମରେ ଚୋରି ଘଟଣାକୁ ନେଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳର ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ସଦର ଥାନା ଅନ୍ତର୍ଗତ ଡେଙ୍ଗ ବୋରେଇ ଗ୍ରାମର ଅକ୍ଷୟ ପଣ୍ଡା ଓ ଆହତ ହୋଇଥିବା ଯୁବକ ଉକ୍ତ ଗ୍ରାମର ଲିଟୁନ ନାୟକ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ , କିଛିଦିନ ତଳେ ଡେଙ୍ଗବୋରେଇ ଗ୍ରାମର ହେମନ୍ତ ରାଉତଙ୍କ ଘରୁ ସିସିଟିଭି, ପାଣିପମ୍ପ ଆଦି ସାମଗ୍ରୀ ଚୋରିହୋଇଥିଲା । ଏହି ଚୋରି ଘଟଣାରେ ଅକ୍ଷୟ ପଣ୍ଡା ଓ ଆହତ ଲିଟୁନ ନାୟକଙ୍କୁ ସନ୍ଦେହ କରାଯାଇ ସଦର ଥାନାରେ ଅଭିଯୋଗ ହୋଇଥିଲା । ତେବେ ଗ୍ରାମ କମିଟି ଅନୁରୋଧ କ୍ରମେ ସଦର ପୁଲିସ ଗାଁ ସଭାରେ ସମାଧାନ ପାଇଁ ଅପେକ୍ଷା କରିଥିଲା। ମାତ୍ର ଗାଁ ସଭାରେ ଉଭୟ ଚୋରି କରିଥିବା ସମ୍ପର୍କରେ ପ୍ରତ୍ୟାଖାନ କରିବାରୁ ହେମନ୍ତ ରାଉତଙ୍କ ପରିବାର ଉତକ୍ଷିପ୍ତ ହୋଇଥିଲେ । ଗତ ରାତିରେ ହେମନ୍ତ ରାଉତ ଓ ତାଙ୍କ ଭାଇମାନେ ମିଶି ଉଭୟଙ୍କୁ ଘରୁ ଡାକି ନେଇ ଇନ୍ଦିପୁର ପଥର ଖଦାନରେ ପିଟିଥିଲେ। ଯାହା ଫଳରେ ଅକ୍ଷୟଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।ଅକ୍ଷୟ ଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ପକାଇ ଦେଇଥିବାବେଳେ ଗୁରୁତର ଲିଟୁନ ନାୟକଙ୍କୁ ତାଙ୍କ ଗ୍ରାମ ସ୍କୁଲ ବାରଣ୍ଡାରେ ପକାଇ ପଳାଇଥିଲେ ବୋଲି ପ୍ରକାଶ କରିଛନ୍ତି ସେ । ଏହି ଘଟଣା ପରେ ସଦର ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ହେମନ୍ତ ରାଉତଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ଥିବା ଜଣାପଡିଛି।

new life
You might also like
error: Content is protected !!