News
WhatsApp Image 2023-10-04 at 17.25.00
samparksetu

ପେଟପାଟଣା ପାଇଁ ଛିଣ୍ଡିଲା ପାପୁଲି !

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତ ଗୁରୁ ଜାଙ୍ଗୁଲି ଗ୍ରାମର ଗୋଲେଖ ସାହୁ (୫୫) ଆଜି ନିଜ ପରିବାର ର ଗୁଜୁରାଣ ମେଣ୍ଟାଇବା ପାଇଁ ଏକ ବିବାହ ଉତ୍ସବ ରେ ବାଣ ଫୁଟାଇବାକୁ ଯାଇଥିଲେ । ବାହାଘରଟି ଝିଲି ଗ୍ରାମରୁ ଦଶିପୁର୍ ପଞ୍ଚାୟତ କୁ ଯାଉଥିଲା ।

କିନ୍ତୁ ବଡ଼ ଦୁର୍ଭାଗ୍ୟ କଥା ବାଣ ଫୁଟାଇବା ସମୟରେ ତାଙ୍କ ଡାହାଣ ହାତ ରେ ବାଣ ଫୁଟି ପାପୁଲି ଟି ସମ୍ପୂର୍ଣ୍ଣ ଭାବେ ଛିଣ୍ଡି ଯାଇଛି । ତାଙ୍କୁ ଗ୍ରାମବାସୀ ଙ୍କ ସହଯୋଗ ରେ ତାଳଚେର ସ୍ଥିତ ମଣ୍ଡାପାଳ ମେଡିକାଲ କୁ ନିଆଯାଇଛି । ପାଖରେ ମହାବିରୋଡ ରେ ମେଡିକାଲ ଥିଲେ ମଧ୍ୟ କୌଣସି ପ୍ରକାର ସୁବିଧା ନଥିବାରୁ ତାଙ୍କୁ ତାଳଚେର ପଠାଯାଇଛି ।ଆହତ ଗୋଲେଖ ଅତ୍ୟନ୍ତ ଗରିବ ଶ୍ରେଣୀର ହେତୁ ତାଙ୍କୁ ସରକାରୀ ସାହାଯ୍ୟ ପ୍ରଦାନ କରିବାକୁ ଗ୍ରାମବାସୀ ଜିଲ୍ଲାପାଳ ଙ୍କ ଠାରେ ଦାବି ଜଣାଇଛନ୍ତି ।

new life
You might also like
error: Content is protected !!