News
WhatsApp Image 2023-10-04 at 17.25.00
samparksetu

ଗୋଟିଏ ହସ୍ପିଟାଲରେ ଦୁଇ ପାର୍ଶ୍ଵ, ଗୋଟିଏ ପଟେ ପୁଅର କଇଁ କଇଁ କାନ୍ଦ ଅନ୍ୟପଟେ ବାପାର ମୃତଦେହ

ପୁଅ ଜନ୍ମ ହେବାର ଗୋଟିଏ ଦିନ ପରେ ବାପାଙ୍କର ଦୁର୍ଘଟଣାରେ ଚାଲିଗଲା ଜୀଵନ । ଏପରି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ସଦର ଥାନା କାଇମାଟି ପଞ୍ଚାୟତ ଆଛନ୍ଦ ଗାଁରେ ଦେଖିବାକୁ ମିଳିଛି ।

ଗାଁର ଗୋକୁଳ ପ୍ରଧାନ(୩୨)ଙ୍କର ଶୁକ୍ରବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଅ ଜନ୍ମ ହୋଇଥିବା ବେଳେ ଶନିବାର ସନ୍ଧ୍ୟା ରେ ତାଙ୍କର ଢେଙ୍କାନାଳ-କପିଳାସ ରାସ୍ତା ଦତାତ୍ରୟ ନିକଟରେ ବାଇକ ଧକ୍କାରେ ମୃତ୍ୟୁ ହୋଇଛି । ଏହାସହ ତାଙ୍କ ସାଙ୍ଗରେ ଯାଉଥିବା ତାଙ୍କ ବନ୍ଧୁ ଜିତୁ ଦେହୁରୀଙ୍କର ମଧ୍ୟ ଆହତ ହୋଇଛନ୍ତି । ଏହି ଘଟଣା ହସ୍ପିଟାଲ ସମେତ ନିଜ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ ,ମୃତକ ଗୋକୁଳ ଏବଂ ଆହତ ଜିତୁ ଗୋଟିଏ ଗାଁର ଦୁଇ ସାଙ୍ଗ । ମୁଲ ମଜୁରି ଲାଗି ପରିବାର ପ୍ରତିପୋଷଣ କରିଥାନ୍ତି । ୩ ଦିନ ତଳେ ଉଭୟଙ୍କ ସ୍ତ୍ରୀଙ୍କ ପ୍ରସବ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଶୁକ୍ରବାର ଗୋକୁଳଙ୍କର ପୁଅ ଜନ୍ମ ହୋଇଥିଲା । ପରିବାରରେ ଖୁସିର ଲହରି ଖେଳିଯାଇଥିଲା । ଏହାପରେ ଶନିବାର ପୁଣି ସାଙ୍ଗ ଜିତୁଙ୍କର ପୁଅଟିଏ ଜନ୍ମ ହୋଇଥିଲା । ଉଭୟ ବେଶ୍ ଖୁସି ହେବା ସହ ଖୁସି ଖବର ଦେବାକୁ ଜଣେ ବନ୍ଧୁଙ୍କ ଘର କାଇମାଟି ଯାଇଥିଲେ ।ଖବର ଦେଇ ପୁଣି ହସ୍ପିଟାଲକୁ ଫେରିଥାନ୍ତେ । ହେଲେ ଦତାତ୍ରୟ ନିକଟ ରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଯାଇଥିଲା ତାଙ୍କ ବାଇକ । ବାଇକ ଚଳାଉଥିବା ଜିତୁ ହେଲମେଟ ପିନ୍ଧିଥିବାରୁ ବର୍ତ୍ତି ଯାଇଥିଲେ ,ହେଲେ ଗୋକୁଳ ହେଲମେଟ ପିନ୍ଧି ନଥିବାରୁ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।

ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଗୋକୁଳଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ପୁଅ ଜନ୍ମକୁ ନେଇ ହସ୍ପିଟାଲରେ ପରିବାର ଲୋକ ଖୁସିରେ ଥିବା ବେଳେ ହଠାତ ଏପରି ଦୁଃଖରେ ହସ୍ପିଟାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । 

new life
You might also like
error: Content is protected !!