News
lipub
samparksetu

ଡିସିସି ୱାରିଅର କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ଢେଙ୍କାନାଳ ସଚେତନ ନାଗରିକ ( ଡିସିସି) ୱାରିଅର କ୍ରିକେଟ ଟୁର୍ନାମେଣ୍ଟ ସ୍ଥାନୀୟ ବିଜୁ ଆଦର୍ଶ କଲୋନୀ, କୋରିଆଁ ଠାରେ ଉଦଘାଟିତ ହୋଇଯାଇଛି l ଢେଙ୍କାନାଳ ସଚେତନ ନାଗରିକ ଫୋରମର ସଭାପତି ପୂର୍ବତନ ନଗରପାଳ ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଫୋରମର ସମ୍ପାଦକ ଭରତ କୁମାର ଦାସ, ସହସମ୍ପାଦକ ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର, ଟାଉନ ଉପସଭାପତି ମନ୍ମଥ ରାଓ ଓ ଉପଦେଷ୍ଟା ପଙ୍କଜ ନାୟକ ଯୋଗଦେଇଥିଲେ l

ଶ୍ରୀ ମିଶ୍ର ନଡ଼ିଆ ଭାଙ୍ଗି ଓ ଫିତା କାଟି ଖେଳର ଶୁଭାରମ୍ଭ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଟୁର୍ନାମେଣ୍ଟରେ ୮ଟି ଦଳ ଭାଗ ନେଉଥିବା ବେଳେ ଫାଇନାଲ ମ୍ୟାଚ ଆସନ୍ତା ୯ ଫେବୃଆରୀ ରବିବାର ଦିନ ଖେଳା ହେବ l ଆଜି ଉଦଘାଟନୀ ଖେଳରେ ବଳରାମପୁର ଏବଂ କୋରିଆଁ କ୍ଲବ ମଧ୍ୟରେ ଖେଳାଯାଇଥିଲା l ଅମ୍ପାୟାର ଭାବେ ପପୁ ଓ ବାଟୁ ଥିବାବେଳେ କମେଣ୍ଟେଟର ଭାବେ ବିଭାସ ମହାକୁଡ଼, ସ୍କୋରର ଭାବେ ସମ୍ବିତ ସାହୁ ଓ ରାଜେଶ ସାହୁ ସହଯୋଗ କରିଥିଲେ l

new life
You might also like
error: Content is protected !!