News
WhatsApp Image 2023-10-04 at 17.25.00
samparksetu

ସ୍କାଏଲାଇଟ ଭାଙ୍ଗି ୩ ଦୋକାନରୁ ଚୋରୀ

ସ୍କାଏଲାଇଟ ଭାଙ୍ଗି ତିନୋଟି ଦୋକାନରୁ ଲକ୍ଷାଧିକ ଟଙ୍କାର ଚୋରୀ। ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ଭୁବନ କାଳୀବଜାର ଛକରେ। ଟିଭି ଦୋକାନୀ ଲଳିତ କୁମାର ଦାସଙ୍କ ଦୋକାନ କ୍ୟାସ ଡ୍ର ରୁ ପଚାଶରୁ ଉର୍ଦ୍ଧ ଟଙ୍କା ଚୋରୀ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଷ୍ଟେସନାରୀ ଦୋକାନୀ ପ୍ରଭାକର ସାହୁ ଓ ଇଲେକ୍ଟ୍ରି ଦୋକାନୀ ପ୍ରଶନ୍ନ ସାହୁଙ୍କ କ୍ୟାସଡ୍ରରୁ ୩୦ହଜାରରୁ ଉର୍ଦ୍ଧ ଟଙ୍କା ଚୋରୀ ହୋଇଥିବା ଅଭିଯୋଗ ହୋଇଛି।

ତେବେ କାଳୀବଜାର ଛକରେ ପୋଲିସ ପାଟ୍ରୋଲିଂ ରାତିସାରା ଥିବାବେଳେ କିପରି ବାରମ୍ବାର ଚୋରୀ ହେଉଛି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷେ ବଜାରରେ ଲାଗିଥିବା ସିସିଟିଭି ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ତେବେ ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

new life
You might also like
error: Content is protected !!