News
WhatsApp Image 2023-10-04 at 17.25.00
samparksetu

ଦେଓଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମରୁଡି , ଫାର୍ମାସିଷ୍ଟ ଙ୍କ ଭରସାରେ ରୋଗୀ

ଗଁଦିଆ ବ୍ଲକର ଦେଓଗାଁ ଠାରେ ଅଛି ବିଶ୍ୱ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଙ୍କର କପିଳାସ ଧର୍ମୀୟ ପୀଠ ଏହାର ପାଦଦେଶରେ ଅବସ୍ଥିତ ଦେଓଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉକ୍ତ ପୀଠ ଏକ ଧର୍ମୀୟ ତଥା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି ପ୍ରତିଦିନ ଉକ୍ତ କ୍ଷେତ୍ରକୁ ବାବାଙ୍କର ଦର୍ଶନ ନିମନ୍ତେ ଜିଲ୍ଲା ତଥା ପଡୋଶୀ ଜିଲ୍ଲା ଠାରୁ ଆରମ୍ଭ କରି ଅନ୍ୟାନ ଅଂଚଳ ମାନଙ୍କରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଙ୍କର ଆଗମନ ହୋଇଥାଏ ।

କିନ୍ତୁ ବିଡମ୍ବନା ର ବିଷୟ ଏଠାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରଟିରେ ସ୍ୱାସ୍ଥ୍ୟ ସେବା ଅତି ଦହନୀୟ ଏଠାରେ ଅଛନ୍ତି ଡାକ୍ତର ନା ଏନ ଏମ କର୍ମଚାରୀ କେବଳ ଏଠାକୁ ଆସୁଥିବା ରୋଗୀ ମାନଙ୍କୁ ସେବା ପ୍ରଦାନ କରୁଛନ୍ତି ଫାର୍ମାସିଷ୍ଟ ଯାହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି ।

ଡାକ୍ତର ନଥିବା କାରଣରୁ ଏଠାକୁ ଆସୁଥିବା ରୋଗୀ ମାନଙ୍କୁ ରୋଗର ଉପଶମ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ଯିବାକୁ ପଡୁଛି ଏହା ହେଉଛି ସ୍ୱାସ୍ଥ୍ୟ ସେବାର କରୁଣ ଚିତ୍ର କେବଳ ସାହା ଭରସା ସାଜି ରୋଗୀ ମାନଙ୍କୁ ସେବା ଯୋଗାଇ ଦେଉଛନ୍ତି । ଫାର୍ମାସିଷ୍ଟ ଜଣଙ୍କ ପୂର୍ଵରୁ ଏଠାରେ କାର୍ଯ୍ୟରତ ଡାକ୍ତରଙ୍କର ଅନ୍ୟତ୍ର ବଦଳି ଫଳରେ ପ୍ରତିବଦଳରେ ନୂତନ ଡାକ୍ତର ଅଧ୍ୟବଧି ନିଯୁକ୍ତି ହୋଇନାହାନ୍ତି ଏଥିପାଇଁ ସ୍ୱାସ୍ଥ୍ୟ ସେବାକୁ ନେଇ ଜନତାଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି ।

ଅପରପକ୍ଷରେ ଏଠାରେ କାର୍ଯ୍ୟରତ ଏନ ଏମ ତାଙ୍କର ଚାକିରିରୁ ଅବସର ନେଇଥିବାରୁ ତାଙ୍କ ପଦବୀରେ ନିଯୁକ୍ତ ହୋଇଥିବା ନୂତନ ଏନ ଏମ ସ୍ୱାସ୍ଥ୍ୟ କର୍ମୀ ଉକ୍ତ କେନ୍ଦ୍ରକୁ ଆସୁଥିବା ରୋଗୀ ମାନଙ୍କୁ ଠିକ ଭାବରେ ଇଞ୍ଜେକେସନ ଦେଇ ପାରୁନଥିବାରୁ ରୋଗୀ ମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହେଉଥିବାର ଦେଖିବାକୁ ମିଳିଛି ।

new life
You might also like
error: Content is protected !!