News
WhatsApp Image 2023-10-04 at 17.25.00
samparksetu

ସ୍ଥାୟୀ ନିଯୁକ୍ତି ସହିତ ମୃତ୍ୟୁ ହେଲେ ୩୦ଲକ୍ଷ ଟଙ୍କା ପ୍ରଦାନ ଦାବୀ

ଢେଙ୍କାନାଳ ଜିଲ୍ଲାରେ କାର୍ଯ୍ୟରତ ହାତୀ ସ୍କ୍ୱାର୍ଡ ମାନେ ଦଶ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ବନଖଣ୍ଡ ଅଧିକାରୀଙ୍କ ଜରିଆରେ ପ୍ରଦାନ କରଛନ୍ତି । ଢେଙ୍କାନାଳ ବନଖଣ୍ଡରେ
ହାତୀ ସ୍କ୍ୱାର୍ଡ ରେ କାର୍ଯ୍ୟରତ କର୍ମଚାରୀ ମାନେ ଦୀର୍ଘ ୧୦ ବର୍ଷ ହେବ ଖରା,ବର୍ଷା ଶୀତ କାକରରେ ବନବିଭାଗ କର୍ମଚାରୀଙ୍କ ସହିତ କାର୍ଯ୍ୟ କରୁଛନ୍ତି ।

କିନ୍ତୁ ସରକାରଙ୍କ ତରଫରୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ କୌଣସି
ସୁବିଧା ସୁଯୋଗ ପ୍ରଦାନ କରାଯାଇ ନାହିଁ । ସମସ୍ତ ହାତୀ ସ୍କ୍ୱାର୍ଡ କର୍ମଚାରୀ ମାନଙ୍କୁ କୁଶଳୀ ଶ୍ରମିକ ଅନୁସାରେ ମଜରୀ ପ୍ରଦାନ ସହିତ ଛଟେଇକୁ ବନ୍ଦ କରାଯିବା,ସ୍ଥାୟୀ ନିଯୁକ୍ତି , କାଠ ମାଫିଆ ଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ହାତୀ ସ୍କ୍ୱାର୍ଡଙ୍କୁ ସୁରକ୍ଷା ପ୍ରଦାନ,କାର୍ଯ୍ୟ ସମୟରେ ମୃତ୍ୟୁ ବରଣ କଲେ ୩୦ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ମୌଖିକ ଟ୍ରାନସଫର ଏବଂ ମୌଖିକ ଚାକିରିରୁ ବହିଷ୍କାର ବନ୍ଦ କରିବା ଏବଂ ଓଡ଼ିଶା ଫରେଷ୍ଟ ସ୍କ୍ୱାର୍ଡ କର୍ମଚାରୀଙ୍କୁ ଗ୍ରୁପ ଡି ର ମାନ୍ୟତା ପଦାନ କରିବାକୁ ଦାବୀ
କରାଯାଇଛି । ଏହି ସଂକ୍ରାନ୍ତରେ ଏକ ଦାବୀ ପତ୍ର ବନଖଣ୍ଡ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।

new life
You might also like
error: Content is protected !!