News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ରେ ଅଭିଭାବକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ଵିଦ୍ୟା ଳୟରେ ୨୭ ଆଜି ଏକ ଅଭିଭାବକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ସୟଂଶୀସୀତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ରଞ୍ଜନ କୁମାର ପ୍ରଧାନ ସଭାପତିତ୍ବ କରି ଛାତ୍ର ଜୀବନରେ ସାଧନା, ସମୟବର୍ତୀତା ଓ ନିୟମୀତତା ଆଦି ସୁଗୁଣଗଗୁଡିକ ର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।

ସେ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଛାତ୍ର ଛାତ୍ରୀ ଙ୍କ ୭୫% ଉପସ୍ଥାପନ କୁ କଡାକଡି ଭାବେ ପାଳନ କରିବା ଉପରେ ଗୁରୁତ୍ବ ଦେଇଥିଲେ। ନିର୍ଧାରିତ ଉପସ୍ଥାପନ ହାସଲ କରିପାରୁ ନଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବାର୍ଷିକ ପରୀକ୍ଷା ପାଇଁ ଆଵେଦନ ପତ୍ର ପୂରଣ କରିବାକୁ ସୁଯୋଗ ନ ଦେବାକୁ ସେ ସ୍ପଷ୍ଟ କରିଥିଲେ।

ମହାବିଦ୍ୟାଳୟ ର ପ୍ରଶାସନୀକ ମୂଖ୍ୟ ଡ. ଦେବାଶିଷ ମହାନ୍ତି ଓ ଶୈକ୍ଷିକ ଵିଭାଗ ମୁଖ୍ୟ ଡ. ବଳିୟାର ସିଂହ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନଙ୍କ ମଧ୍ୟରେ ଥିବା ମଧୁର ସଂପର୍କ ଉପରେ ଆଲୋଚନା କରିଥିଲେ। ଅଭିଭାବକ ମାନେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଅଧାପକ ଆଦିତ୍ୟ ମେହେର, ସୁଶାନ୍ତ କୁମାର ପ୍ରଧାନ ଓ ସଂଵିତ କୁମାର ସାହୁ ସମ୍ମିଳନୀକୁ ପରିଚାଳନା କରିବା ରେ ସାହାଯ୍ୟ କରିଥିଲେ। ଅଧ୍ୟାପକ ସଂବିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

new life
You might also like
error: Content is protected !!