News
WhatsApp Image 2023-10-04 at 17.25.00
samparksetu

ମୁଖ୍ୟ ଚିକିତ୍ସାଳୟରୁ ଜଣେ ଦଲାଲ ଗିରଫ

ଢେଙ୍କାନାଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ବିଭିନ୍ନ ନସିଂହୋମ ଦ୍ୱାରା ଦଲାଲ ନିଯୁକ୍ତ କରାଯାଇ ବିଭିନ୍ନ ପ୍ରଲୋଭନ ଦେଖାଇ ରୋଗୀମାନଙ୍କୁ ନର୍ସିଂହୋମ ଆଣିବାର ଘଟଣା ପର୍ଦ୍ଦାଫାଶ ହୋଇଛି । ଏହି
ଘଟଣାରେ ପୋଲିସ ଜଣକୁ ଗରିଫ କରି ତଦନ୍ତ ଚଳାଇଥିବାର ଜଣାପଡିଛି । ଢେଙ୍କାନାଳ ସହରରେ ୨୦ରୁଅଧିକ ନର୍ସିଂହୋମ ରହିଛି । ଏହି ସବୁ ନର୍ସିଂ ହୋମକୁ ରୋଗୀ ମାନଙ୍କୁ ଆଣିବା ପାଇଁ ନର୍ସିଂ ହୋମ ତରଫରୁ ଯୁବକ ମାନଙ୍କୁ ନିଯୁକ୍ତ କରାଯାଇଛି । ଦୀର୍ଘ ଦିନ ହେବ ରୋଗୀମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନର୍ସିଂହୋମରେ ଆଡମିଶନ କରାଇ ମାଲେ ମାଲ ହେଉଥିବାର ଜଣାପଡିଥିଲା ।

ଏହି ଘଟଣାକୁ ନେଇ ବୁଧବାର ଦିନ କାମାକ୍ଷାନଗର ଉପଖଣ୍ଡ ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି କୋଟଗରା ଗ୍ରାମର ସିତୁ ପ୍ରଧାନ ରୋଗୀଙ୍କୁ ପ୍ରଲୋଭନ ଦେଖାଇ ଏକ ନର୍ସିଂହୋମ କୁ ନେଇଉଥିଲେ ।
ଏହି ସମୟରେ ସେଠାରେ କାର୍ଯ୍ୟରତ ଜଣେ ସୁରକ୍ଷାକର୍ମୀ ଏହା ଜାଣିପାରିବା ପରେ ଦଲାଲଙ୍କୁ କାବୁ କରିବା ସହିତ ଟାଉନ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ଟାଉନ ପୋଲିସ ଘଟଣା ସ୍ଥଳରୁ ସୁତୁକୁ ଗିରଫ କରି ଅଧିକ ତଦନ୍ତ ପାଇଁ ଥାନାକୁ ନେଇଥିବାର ଜଣାପଡିଛି । ଦିର୍ଘ ବର୍ଷହେବ ବିଭିନ୍ନ ନର୍ସିଂ ହୋମ ଏଭଳି ଦଲାଲ ନିଯୁୂକ୍ତ କରି ରୋଗୀଙ୍କୁ ନିଜ ଚିକିତ୍ସାଳୟକୁ ନେଇଥିବାରଅଭିଯୋଗ ହୋଇଥିଲା ।

new life
You might also like
error: Content is protected !!