News
WhatsApp Image 2023-10-04 at 17.25.00
samparksetu

ମୁଖ୍ୟ ଚିକିତ୍ସାଳୟକୁ ବିଳମ୍ବରେ ଡାକ୍ତର ଆସିବା ଘଟଣା ,ଲାଗିଲା ବାୟୋମେଟ୍ରିକ ମେସିନ

ଏଥର ଠିକ୍ ସମୟରେ ହସ୍ପିଟାଲରେ ଡାକ୍ତର ପହଞ୍ଚିବେ । କାରଣ ଆଉ ଖସିବାର ବାଟ ନାହିଁ । ବିଳମ୍ବରେ ଆସିଲେ ଧରାପଡିବା ସହ କାର୍ଯ୍ୟାନୁଷ୍ଠାନ ଭୋଗିବାକୁ ପଡିବ । କାରଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜିଠାରୁ ବାୟୋମେଟ୍ରିକ ମେସନ୍ ବ୍ୟବସ୍ଥା କରାଯାଇଛି । ଏହି ମେସିନରେ ଟିପ ଦେଇ ନିଜ ଉପସ୍ଥାନ ପକାଇବା ଆରମ୍ଭ ହୋଇଛି । ଡାକ୍ତରଙ୍କ ଠାରୁ ଆରମ୍ଭ କରି ସୁଇପର ପର୍ଯ୍ୟନ୍ତ, ସମସ୍ତେ ଏହି ମେସିନରେ ଉପସ୍ଥାନ ପକାଇବାର ବ୍ୟବସ୍ଥା କରାଯାଇଛି । ଯାହାକୁ ନେଇ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ଛନକା ପସିବା ସହ ଆଜି ସମସ୍ତ ଡାକ୍ତର, କର୍ମଚାରୀ ସଠିକ୍ ସମୟରେ ପହଞ୍ଚିଛନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ବିଳମ୍ବରେ ଆସୁଥିଲେ । ପ୍ରାୟ ଘଣ୍ଟାଏ ରୁ ଦେଢଘଣ୍ଟା ବିଳମ୍ବରେ ହସ୍ପିଟାଲରେ ପହଞ୍ଚୁଥିଲେ । ଏପଟେ ରୋଗୀ ଡାକ୍ତରଙ୍କୁ ଅପେକ୍ଷା କରି ଘଣ୍ଟାଘଣ୍ଟା ଲମ୍ବା ଲାଇନରେ ଛିଡା ହୋଇ ରହୁଥିଲେ । ପୁଣି କିଛି ଡାକ୍ତର ବିଳମ୍ବରେ ଆସି ମଧ୍ୟ ଶୀର୍ଘ ପଳାଇଯାଉଥିଲେ ତ ଅନେକ ସମୟରେ କେତେକ ଡାକ୍ତର ଆସୁନଥିଲେ ମଧ୍ୟ ଅନ୍ୟମାନେ ସେମାନଙ୍କ ପାଇଁ ଉପସ୍ଥାନ ପକାଇଦେଉଥିଲେ । ଅଧିକାଂଶ ସମୟରେ ଏହି ସମସ୍ୟା ଲାଗି ରହିଥିଲା । ଫଳରେ ରୋଗୀ ନାହିଁ ନଥିବା ସମସ୍ୟା ଭୋଗିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ଅତି ବିପର୍ଯ୍ୟସ୍ଥ ହୋଇପଡିଥିଲା । ଗାଁ ଗହଳିରୁ ଭଲ ଚିକିତ୍ସା ଆଶାରେ ଖର୍ଚ୍ଚାନ୍ତ ହୋଇ ଆସୁଥିବା ଲୋକ  ନିରାଶ ହୋଇ ଫେରୁଥିଲେ ।

ଲୋକଙ୍କ ଏହି ସମସ୍ୟାକୁ ଦେଖି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଗତ ୨୪ ତାରିଖ ଦିନ ସକାଳୁ ହଠାତ ଜିଲ୍ଲା ଓକିଲ ସଂଘ, ବଣିକ ସଂଘ ସମେତ ସହରର ବହୁ ସଂଗଠକ, ସାମାଜୀକ କର୍ମୀ ହସ୍ପିଟାଲରେ ପହଞ୍ଚି ଚଢାଉ କରିଥିଲେ । ଯେଉଁଥିରେ ଡାକ୍ତର ଆସିନଥିବା ଦେଖାଯାଇଥିଲା । ଯାହାକୁ ନେଇ ସିଡିଏମଓ ଓ ଏଡିଏମଓଙ୍କୁ ଘେରିଥିଲେ । ଶେଷରେ ସିଡିଏମଓ ବାୟୋମେଟ୍ରିକ ମେସିନ ଲଗାଯିବ ବୋଲି କହିଥିଲେ । ତେବେ ଆଜି ହସ୍ପିଟାଲରେ ଏହି ମେସିନ ଲଗାଯାଇଛି । ଏଡିଏମଓଙ୍କ ଅଫିସ ନିକଟରେ ଦୁଇଟି ମେସିନ ଲଗାଇଯାଇଛି ।

ଡାକ୍ତରଙ୍କ ଠାରୁ ସମସ୍ତ କର୍ମଚାରୀ ଏପରିକି ସୁଇପରଙ୍କ ପର୍ଯ୍ୟନ୍ତ ଏଠାରେ ଉପସ୍ଥାନ ପକାଇବାର ବ୍ୟବସ୍ଥା କରାଯାଇଛି । ବୁଧବାର ଠାରୁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଥିବାରୁ  ସମସ୍ତ କର୍ମଚାରୀ ଏହି ବାୟୋମେଟ୍ରକ ମେସିନରେ ଉପସ୍ଥାନ ପକାଉଥିବା ଦେଖାଯାଇଛି । ଫଳରେ ବିଳମ୍ବରେ ଆସୁଥିବା ଡାକ୍ତରଙ୍କ ଠାରୁ କର୍ମଚାରୀ ପର୍ଯ୍ୟନ୍ତ ଆଜି ହଠାତ୍ ତତ୍ପର ହୋଇ ଉଠିଥିଲେ । ସଠିକ୍ ସମୟରେ କିପରି ପହଞ୍ଚିବେ, ସମସ୍ତଙ୍କ ମଧ୍ୟରେ ବ୍ୟସ୍ତତା ଦେଖାଯାଇଥିଲା । ଉପସ୍ଥାନ ପକାଇ ସମସ୍ତେ କାର୍ଯ୍ୟକରିଥିଲେ । ତେଣୁ ଆଜି ଡାକ୍ତରମାନେ ସଠିକ୍ ସମୟରେ ପହଞ୍ଚି ରୋଗୀ ଦେଖିବା ଆରମ୍ଭ କରିଦେଇଥିଲେ । ଏହି ବ୍ୟବସ୍ଥା ସବୁଦିନ ପାଇଁ କାର୍ଯ୍ୟକରୀ କରାଯାଇପାରିଲେ, ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆସିପାରିବ ବୋଲି ଆଶା ପ୍ରକାଶ ପାଇଛି । 

new life
You might also like
error: Content is protected !!